Below header

ସ୍ୱପ୍ନ ପାଲଟିଛି ପାନୀୟ ଜଳ, ପାଣି ପାଇଁ ଆଜି ବି ଝରଣା ଉପରେ ନିର୍ଭର କରନ୍ତି କାପସିପୁଟ ଗାଁ ଲୋକେ

ସରକାରୀ ଅଧିକାରୀମାନେ କିଭଳିି ତତ୍ପର ତାହା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ କାପସିପୁଟ ଗାଁକୁ ଗଲେ ଜାଣି ପାରିବେ। ଏଠାରେ ପାନୀୟ ଜଳ ପ୍ରକଳ୍ପ କାମ ଦୁଇ ବର୍ଷ ହେଲା ଶେଷ ହେଲାଣି ହେଲେ ଲୋକେ କିନ୍ତୁ ପିଇବା ପାଣି ପାଉ ନାହାନ୍ତି। କାରଣ ବିଦ୍ୟୁତ ସଂଯୋଗ ନାହିଁ।

koraput

ଏଣୁ ବାଧ୍ୟ ହୋଇ ଗାଁ ଲୋକେ ଗାଧୁଆପାଧୁଆ ଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ସବୁ କାମ ପାଇଁ ଗାଁ ପୋଖରୀ ଉପରେ ନିର୍ଭର କରୁଛନ୍ତି। କାପସିପୁଟ ଗାଁର ଦୃଶ୍ୟ ଦେଖିଲେ ଯେକୌଣସି ଲୋକ ନାକ ଟେକି ପାରନ୍ତି ହେଲେ କାପସିପୁଟ ଗାଁ ଲୋକଙ୍କର ଇଏ ହେଉଛି ବିବଶତା। ସକାଳ ହେଲେ ପାଣି ଚିନ୍ତା ଘାରେ ଏଠାକାର ମହିଳାମାନଙ୍କୁ। ହାତରେ ଗରା, ବାଲଟି ଧରି ଗାଁ ନିକଟ ପାହାଡ଼ି ଝରଣାରୁ ପାଣି ଆଣିବାକୁ ଚାଲିଯାଆନ୍ତି । ମଇଳା ଝରଣା ପାଣି ହିଁ ଏମାନଙ୍କ ପାଇଁ ଭରସା । କାରଣ ଗାଁରେ ଦୁଇ ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଥିଲେ ବି ଲୋକେ ପାଣି ପାଉନାହାନ୍ତି।

koraput2

ସୂଚନାଯୋଗ୍ୟ ଯେ ଗାଁରେ ୨ ଶହ ଘର ଓ ୮ ଶହ ଲୋକ ବାସ କରୁଛନ୍ତି । ଏମାନଙ୍କ ପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ଠାରୁ ଆରମ୍ଭ କରି ପାଣି ପାଇପ୍‌ର ମଧ୍ୟ ବ୍ୟବସ୍ଥା କରାଗଲା । ମୋଟର ବି ବସିଛି । ହେଲେ ଦୁଇ ବର୍ଷ ହେଲା ଜଳ ଯୋଗାଣ ହୋଇ ପାରୁନାହିଁ। କାରଣ ବାକି ଅଛି ବିଦ୍ୟୁତ୍‌ ସଂଯୋଗ । ପ୍ରଶାସନ ଓ ବିଦ୍ୟୁତ୍‌ ବିଭାଗକୁ ଯେତେ ଗୁହାରୀ କଲେ ବି କେହି ଶୁଣୁନଥିବା କହିଛନ୍ତି ଗ୍ରାମବାସୀ। ଏଣୁ ତୁରନ୍ତ ଏହି ଗାଁକୁ ବିଦ୍ୟୁତ ସଂଯୋଗୀକରଣ କରି ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.