Video Viral: କ୍ୟାମେରା ସାମ୍ନାରେ ଇଣ୍ଟରଭ୍ୟୁ ଦେଉଥିଲେ ଉପ ପ୍ରଧାନମନ୍ତ୍ରୀ, ମୁହଁରେ ତରଳ ପଦାର୍ଥ ଫିଙ୍ଗି ଦୌଡ଼ି ପଳାଇଲେ ମହିଳା 

ଆୟରଲାଣ୍ଡ ଉପ ପ୍ରଧାନମନ୍ତ୍ରୀ ଲିଓ ଭରାଦକରଙ୍କ ଉପରକୁ ଜଣେ ମହିଳା କୌଣସି ତରଳ ପଦାର୍ଥ ଫିଙ୍ଗି ଦେଇଥିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି। ଉପ ପ୍ରଧାନମନ୍ତ୍ରୀ କ୍ୟାମେରା ସାମ୍ନାରେ ଏକ ଇଣ୍ଟରଭ୍ୟୁ ଦେଉଥିବା ବେଳେ ମହିଳା ଜଣକ ହଠାତ ଏହିଭଳି କାରନାମା କରିଥିଲେ। ରିପୋର୍ଟ ମୁତାବକ, ଲିଓ ଭରାଦକର ଲୋକଙ୍କୁ କରୋନା ଭାଇରସକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ବିଷୟରେ ବୁଝାଉଥିଲେ। ଏହି ସମୟରେ ଉକ୍ତ ମହିଳା ଧୀରେ ଧୀରେ ତାଙ୍କ ଆଡ଼କୁ ଆସିଥିଲେ ଏବଂ ପୂରା ନିକଟତର ହେବା ପରେ ତାଙ୍କ ଉପରକୁ ତରଳ ପଦାର୍ଥ ପକାଇଦେଇଥିଲେ।

ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଚମକି ପଡିଥିଲେ। ଏ ସମସ୍ତ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ପାଖରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଏହାର ଭିଡ଼ିଓ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳୁଛି, ମହିଳା ଜଣକ ମୁହଁରେ ମାସ୍କ ପିନ୍ଧିଛନ୍ତି ଏବଂ ତାଙ୍କ ପାଖରେ ଏକ ସ୍କେଟବୋର୍ଡ ମଧ୍ୟ ନଜରକୁ ଆସିଛି। ଉପ ପ୍ରଧାନମନ୍ତ୍ରୀଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିବା ପରେ ମହିଳା ସେଠାରୁ ଜୋରରେ ଦୌଡ଼ି ପଳାଇ ଯାଉଛନ୍ତି।

Irelands national election

ପରେ ପରେ ଡେପୁଟି ସିଏମ ଖବରଦାତା ସମ୍ମିଳନୀ କରି କହିଥିଲେ, ‘ଯେଉଁ ସମୟରେ ମହିଳା ତାଙ୍କ ଉପରେ ଆଟାକ କରିଥିଲେ, ସେତେବେଳେ କ୍ୟାମେରା ସାମ୍ନାରେ ତାଙ୍କ କଥା ସରିଯାଇଥିଲା’। ତେବେ ଏହି ଘଟଣା ପରେ ସେ ଅତିରିକ୍ତ ସିକ୍ୟୁରୀଟି ନେବାକୁ ମନା କରିଦେଇଛନ୍ତି। ଲିଓ ଭରାଦକର ମଜଳିଆ ଢ଼ଙ୍ଗରେ କହିଥିଲେ, ‘ମୋତେ ପ୍ରଥମରୁ ଲାଗିଥିଲା କି ସେ ପପ ଗାୟିକା ଆଭରିଲ ଲାଭିଗନି ହୋଇଥିବେ, କାରଣ ତାଙ୍କ ପାଖରେ ସ୍କେଟବୋର୍ଡ ଥିଲା। କିନ୍ତୁ ଏମିତି ହୋଇ ନ ଥିଲା। ମୋ ସୁଟ ପୂରା ଓଦା ହୋଇଯାଇଥିଲା। କିନ୍ତୁ ଦିନସାରା କାମ ଯୋଗୁ ଏହା ସୁଖି ମଧ୍ୟ ଗଲା’।

ଅନ୍ୟପକ୍ଷରେ ଏହି ଘଟଣାକୁ ନିନ୍ଦା କରି ଦେଶର ପୂର୍ବତନ ରାଷ୍ଟ୍ରପତି ଗାଭିନ ଡଫି ଟୁଇଟରେ କହିଛନ୍ତି, ‘ଲିଓ ଭରାଦକରଙ୍କ ସହ ବହୁତ ଖରାପ ହୋଇଛି। ଏହା ପ୍ରଜାତନ୍ତ୍ର ଉପରେ ଆକ୍ରମଣ କରିବା ସହ ସମାନ’। ତେବେ ସୂଚନା ମିଳିଛି ଯେ ମହିଳା ଜଣକ ଡେପୁଟି ସିଏମଙ୍କ ଉପରକୁ କଫି ଫିଙ୍ଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.