ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ମୁସଲିମ୍‌ ପକ୍ଷଙ୍କ ଚ୍ୟାଲେଞ୍ଜ, ରିଭ୍ୟୁ ପିଟିସନ ଦାଖଲ କରିବ AIMPLB

କେନ୍ୟୁଜ୍(ବ୍ୟୁରୋ): ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ମୁସଲିମ୍‌ ପକ୍ଷଙ୍କ ଚ୍ୟାଲେଞ୍ଜ । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବ ମୁସ୍‌ଲିମ୍‌ ପକ୍ଷ । ଏଥିସହ ମସ୍‌ଜିଦ୍‌ ପାଇଁ ଅନ୍ୟତ୍ର ମିଳିବାକୁ ଥିବା ୫ ଏକର ଜାଗାକୁ ନ ନେବାକୁ ନିଷ୍ପତ୍ତି ହୋଇଛି । ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡର ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି । ଲକ୍ଷ୍ନୌର ମୁମତାଜ୍‌ ପିଜି କଲେଜରେ ଅନୁଷ୍ଠିତ ବୈଠକରେ ବୋର୍ଡ ଅଧ୍ୟକ୍ଷ ରାବେ ହସନ ନଦ୍‌ବୀଙ୍କ ସମେତ ଅସାଦୁଦ୍ଦିନ୍‌ ଓୱାସି ଓ ଜାଫରୟାବ୍‌ ଜିଲାନି ଉପସ୍ଥିତ ଥିଲେ ।

Leave A Reply

Your email address will not be published.