Below header

ଯାତ୍ରୀ ଅସୁସ୍ଥ ଯୋଗୁଁ ଭୁବନେଶ୍ୱରରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ, ହସପିଟାଲରେ ଯାତ୍ରୀ ମୃତ

ଭୁବନେଶ୍ୱର: ବାଙ୍ଗାଲୋରରୁ କଲିକତା ଯାଉଥିବା ଏୟାର ଏସିଆ ବିମାନ ନଂ ୨୪୭୨ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ଯାତ୍ରୀଙ୍କୁ ଅସୁସ୍ଥତା ଯୋଗୁଁ ବିମାନ ଜରୁରୀ ଅବତରଣ କରିଥିଲା। ଯାତ୍ରୀଙ୍କୁ ସେଠାରୁ ତୁରନ୍ତ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଯାତ୍ରୀ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଯାତ୍ରୀ ଜଣଙ୍କ ବାଙ୍ଗାଲୋରରୁ କଲିକତା ଯାଉଥିଲେ। ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାନ (୩୩) ବର୍ଷ ବୋଲି ଜଣାପଡିଛି। କିନ୍ତୁ ଯାତ୍ରୀ ଜଣଙ୍କର କ’ଣ ପାଇଁ ମୃତ୍ୟୁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.