ସାଉଦି ଆରବରେ ଗୋଟିଏ ଦିନରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁଦଣ୍ଡ! ଭାଙ୍ଗିଲା ୧୯୮୦ ମସିହାର ରେକର୍ଡ

ନିଜର କଠୋର ନିୟମ କାନୁନ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ସାଉଦି ଆରବ। ଶନିବାର ସାଉଦି ଆରବରେ ୮୧ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା କି ଆରବ ଦେଶର ଇତିହାସରେ ପ୍ରଥମ। ଏକ ସାଥୀରେ ଏତେ ଲୋକଙ୍କୁ କ୍ରୁଶବଦ୍ଧ କରାଇ ମୃତ୍ୟୁଦଣ୍ଡ ଦେବାରେ ଏହା ରେକର୍ଡ ଭାଙ୍ଗିଛି। ଯେଉଁ ଲୋକଙ୍କୁ ଏହି ଦଣ୍ଡ ଦିଆଯାଇଛି, ସେମାନଙ୍କ ନାଁରେ ଦୁଷ୍କର୍ମ, ହତ୍ୟା, ପୂଜାସ୍ଥଳରେ ଆକ୍ରମଣ, ଆତଙ୍କବାଦୀଙ୍କ ସହ ସମ୍ପର୍କ ଭଳି କେତେକ ସଙ୍ଗୀନ ଅପରାଧ ପ୍ରମାଣିତ ହୋଇଥିଲା। ଏଥିରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦା, ଇସ୍‌ଲାମିକ ଷ୍ଟେଟ୍‌ ଏବଂ ହୁତୀ ସହ ଜଡ଼ିତ ଲୋକ ଥିଲେ।

ସାଉଦି ଆରବର ଅଭ୍ୟନ୍ତର ମନ୍ତ୍ରାଳୟ ତରଫରୁ କୁହାଯାଇଛି କି, ମୃତ୍ୟୁଦଣ୍ଡ ପାଇଥିବା ଏହି ଦୋଷୀଙ୍କ ମଧ୍ୟରେ ୭୩ ଜଣ ସାଉଦି ନାଗରିକ ଥିଲେ। ୭ ଜଣ ୟମନର ଏବଂ ଜଣେ ସିରିୟାର ଥିଲେ। ଏହି ଲୋକମାନେ ଧାର୍ମିକ ସ୍ଥଳ ଓ ସରକାରୀ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରିବା, ସୁରକ୍ଷା ଅଧିକାରୀମାନଙ୍କ ହତ୍ୟା, ଅପହରଣ, ନିର୍ଯାତନା, ଦୁଷ୍କର୍ମ ଭଳି ଅପରାଧରେ ସଂଶ୍ଳିଷ୍ଟ ଥିଲେ। ଏହା ବ୍ୟତୀତ ଦେଶରେ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ବି କରୁଥିଲେ। ସେମାନଙ୍କ ନାଁରେ ଏହି ସବୁ ଅପରାଧ ପ୍ରମାଣିତ ମଧ୍ୟ ହୋଇଥିଲା।

କହି ରଖୁଛୁ, ସାଉଦି ଆରବ ବିଶ୍ୱରେ ସବୁଠାରୁ ଅଧିକ ମୃତ୍ୟୁଦଣ୍ଡ ଦେଉଥିବା ଦେଶ ଗୁଡ଼ିକ ମଧ୍ୟରେ ସାମିଲ ରହିଛି। ଏକ ସାଥୀରେ ୮୧ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି। କିନ୍ତୁ ସାଉଦି ଗଣମାଧ୍ୟମ ମୁତାବକ, ସରକାର କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ନିଜ ପକ୍ଷ ରଖିବା ପାଇଁ ଓକିଲ ଦିଆଯାଇଥିଲା। ନ୍ୟାୟିକ ପ୍ରକ୍ରିୟା ପାଳନ କରାଯାଇଥିଲା। ୧୩ ଜଣ ଜଜ୍‌ ତିନି ସ୍ତରରେ ଶୁଣାଣି କରିବା ପରେ ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୂଚନାଥାଉ କି, ଏହା ପୂର୍ବରୁ ୧୯୮୦ରେ ୬୩ ଲୋକଙ୍କ ମୁଣ୍ଡ କାଟ୍‌ କରାଯିବା ନେଇ ରେକର୍ଡ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.