Below header

ବାଲେଶ୍ୱର: ସୋର ଥାନା କାନପୁର ଛକ ନିକଟ ରାସ୍ତାକଡରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

 ସୋର(କେନ୍ୟୁଜ୍):  ଦୁଇ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଥାନା କାନପୁର ଛକ ନିକଟ ରାସ୍ତାକଡରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ସୋର ଥାନା ବଂଶୀବାଙ୍କ ଗାଁର ଚନ୍ଦନ ସିଂ ଓ କାନପୁର ଗାଁର ବାୟା ସିଂ । ଯାତ୍ରା ଦେଖିବାକୁ କହି ଦୁଇ ଜଣ ବାହାରକୁ ଆସି ଆଉ ଫେରି ନଥିଲେ ।

ଆଜି ସକାଳେ ଉଭୟଙ୍କ ମୃତଦେହ ରାସ୍ତା କଡରେ ପଡିଥିବା ଦେଖିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ମୃତଦେହ ନିକଟରୁ ଏକ ଭଙ୍ଗା ବାଇକ ମଧ୍ୟ ଜବତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.