Below header

ମୁହଁରେ ରହି ଯାଇଛି କି ବ୍ରଣ ଦାଗ? ତ ଏହି ହର୍ବାଲ ଉପାୟରେ ପାଆନ୍ତୁ ଛୁଟକାରା

ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହି ସମସ୍ୟା କିଶୋରାବସ୍ଥାରୁ ଯୁବାବସ୍ଥା ଭିତରେ ବେଶି ମାତ୍ରାରେ ଦେଖା ଯାଇଥାଏ। ଏଥିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ବ୍ରଣ ଫାଟିଗଲେ ଯଦିଓ ଏହା ଶୀଘ୍ର ଶୁଖିଯାଏ, କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଚେହେରାରେ ଚିହ୍ନ, ଦାଗ ଛାଡ଼ିଯାଏ। ତ ଏମିତି ସ୍ଥିତିରେ ଆଜି ଆମେ ଆପଣଙ୍କୁ କହିବୁ, ମୁହଁରୁ ବ୍ରଣ ଏବଂ ଏହାର ଚିହ୍ନ, ଦାଗରୁ କିପରି ଛୁଟକାରା ପାଇ ପାରିବା। ଏଥିପାଇଁଁ କେଉଁ ହର୍ବାଲ ଉପାୟ ଆପଣା ଯାଇପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ।

-ରାତିରେ ଶୋଇବା ପୂର୍ବରୁ ବ୍ରଣ ଉପରେ ହାଲୁକା ଉଷୁମ ନଡ଼ିଆ ତେଲ ଲଗାନ୍ତୁ ଏବଂ ସକାଳେ ସଫା ପାଣିରେ ମୁହଁ ଧୋଇ ନିଅନ୍ତୁ। ଏହାଦ୍ୱାରା ବ୍ରଣ ଏବଂ ଏହାର ଚିହ୍ନ, ଦାଗ ଦୂର ହୋଇଯିବ।

-ବ୍ରଣ ଭଲ ହୋଇଗଲେ ମଧ୍ୟ ଏହାର ଦାଗ ମୁହଁକୁ ଅସୁନ୍ଦର କରି ଦେଇଥାଏ। ଏଥିପାଇଁ ସେଓ ସିର୍‌କା ବ୍ୟବହାର କରନ୍ତୁ। ଏକ ଚାମଚ ସେଓ ସିର୍‌କାରେ ଦୁଇ ଚାମଚ ମହୁ ଏବଂ ଅଳ୍ପ ପାଣି ମିଶାଇ ଏହି ମିଶ୍ରଣକୁ ତୂଳା ସାହାଯ୍ୟରେ ବ୍ରଣ ସ୍ଥାନରେ ଲଗାନ୍ତୁ।

-ଆପଣ ଭିଟାମିନ୍‌-ଇ କ୍ୟାପ୍ସୁଲକୁ ଭାଙ୍ଗି ଏହା ଭିତରେ ଥିବା ତେଲକୁ ବି ବ୍ରଣ ଦାଗରେ ଲଗାଇ ପାରିବେ। ହାଲୁକା ହାତରେ ଏହାକୁ ମସାଜ କରନ୍ତୁ। କିଛି ଦିନ ଭିତରେ ଦାଗ ଫିକା ପଡ଼ିଯିବ।

-ପିଆଜ ରସକୁ ସାମାନ୍ୟ ଉଷୁମ କରି ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହା ଶୁଖିଗଲେ ସଫା ପାଣିରେ ଧୋଇ ନିଅନ୍ତୁ।

-ଆପଣ ବେସନରେ ଦହି ମିଶାଇ ଏହାର ପେଷ୍ଟକୁ ମୁହଁରେ ଲଗାଇ ପାରିବେ। ମିଶ୍ରଣ ଶୁଖିଗଲେ ସଫା ପାଣିରେ ମୁହଁ ଧୋଇ ନେବେ। ଏହା ଚେହେରାର ଦାଗ ଦୂର କରିଦେବ।

-ଆପଣ ଚାହିଁଲେ ନିମ୍ବ ପେଷ୍ଟକୁ ବି ଲଗାଇ ପାରିବେ। ଏହା ଏକ ଲାଭଦାୟକ ଉପାୟ।

-ଏକ ଚାମଚ ଚନ୍ଦନ ପାଉଡରରେ ଅଧା ଚାମଚ ମହୁ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ବ୍ରଣ ସ୍ଥାନରେ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.