ଲଗାତାର ୧୫ ଘଂଟା ଉଡାଇ ବିମାନ, ପାଇଲଟ୍ ଏମିତି ବଂଚାଇଲେ ୩୭୦ ଜୀବନ

ମଝି ଆକାଶରେ ଅଚଳ ହେଲା ବିମାନ । ଝୁଲୁଥିଲା ୩୭୦ ଜୀବନ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଲଗାତାର ୧୫ ଘଂଟା ବିମାନ ଚଳାଇ ସମସ୍ତ ଯାତ୍ରୀଙ୍କ ଜୀବନ ବଂଚାଇଲେ ପାଇଲଟ୍ ।

ସୂଚନା ଅନୁସାରେ, ୧୧ ସେପ୍ଟମ୍ବର ଦିନ ଏୟାର୍ ଇଣ୍ଡିଆର ବୋଇଂ ୭୭୭-୩୦୦ ବିମାନ ୩୭୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ନ୍ଯୁୟର୍କ ଅଭିମୁଖେ ଯାଇଥିଲା । କନେକ୍ଟିକଟ୍‌ର ବ୍ରାଡ୍‌ଲି ବିମାନବନ୍ଦରରେ ଏହା ଅବତରଣ କରିବାର ଥିଲା। କିନ୍ତୁ ଅବତରଣ କରିବାର କିଛି ସମୟ ପୂର୍ବରୁ ବିମାନରୁ ଇନ୍ଧନ ସରିଆସିଥିଲା ।  ପାଇଲଟଙ୍କ କହିବା ଅନୁଯାୟୀ ବିମାନରେ ଯେତିକି ତେଲ ଥିଲା ସେଥିରେ ବ୍ରାଡଲି ବିମାନ ବନ୍ଦରରେ ପହଂଚିବା କୌଣସି ବିପଦରୁ କମ୍ ନଥିଲା । ଯଦି ମଝିଆକାଶରେ ତେଲ ସରିଯାଇଥାନ୍ତା ତେବେ ବିମାନଟି ତଳେ ପଡିଯାଇଥାନ୍ତା । ଏହା ସହ କୌଣସି ଯାତ୍ରୀ ବି ବଂଚିପାରିନଥାନ୍ତେ ।

Air Indiaଲଗାତାର ୧୫ ଘଂଟା ଉଡିବା ପରେ ତେଲ ସରିଆସିବାରୁ ବିମାନର ସମସ୍ତ ବ୍ଯବସ୍ଥା ଏବଂ ଯନ୍ତ୍ରପାତି ଅକାମୀ ହୋଇଯାଇଥିଲା । ହେଲେ ପାଇଲଟ୍ କ୍ୟାପ୍ଟେନ୍‌ ରୁସ୍ତମ୍‌ ଧର୍ଯ୍ଯର ସହ ଏହି ପରିସ୍ଥିତିକୁ ସାମ୍ନା କରିଥିଲେ ।  ପ୍ରାୟ ୩୮ ମିନିଟ୍‌ ଧରି ଅକାମୀ ବ୍ୟବସ୍ଥାରେ ବିମାନଟି ଉଡିଥିଲା । ଏହା ପରେ ନ୍ୟୁୟର୍କସ୍ଥିତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଘଟଣା ସଂପର୍କରେ ଜାଣିବା ପରେ ସହଯୋଗ କରିଥିଲା। ନ୍ୟୁୟର୍କସ୍ଥିତ ଜେଏଫ୍‌କେ ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟରେ ବିମାନକୁ ଅବତରଣ କରିବାକୁ ଚାହିଁଥିଲେ ପାଇଲଟ୍ । ହେଲେ ଏହା ସମ୍ଭବ ହୋଇନଥିଲା। ଶେଷରେ ନେଓ୍ଵାର୍କରେ ବିମାନଟି ଓହ୍ଲାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.