Below header

ତେଜିଲା ହେଲିକପ୍ଟର ବିବାଦ, ବୈଜୟନ୍ତ ପଣ୍ଡା ଓ ଅଭିଜିତ୍‌ ଆୟରଙ୍କ ଗିରଫ ଦାବିରେ ବିଜେଡି ବିଧାୟକଙ୍କ ଧାରଣା

ଭୁବନେଶ୍ବର(କେନ୍ଯୁଜ୍) : ବିଧାନସଭାରେ ମଧ୍ଯ ଉଠିଲା ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ଗୃହ କାର୍ଯ୍ଯ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ଗୃହରେ ମଧ୍ୟ ଭାଗକୁ ଆସି ହେଲିକପ୍ଟର ଉଡିବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ଏହା ପରେ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବୈଜୟନ୍ତ ପଣ୍ଡା ଓ ଅଭିଜିତ୍‌ ଆୟରଙ୍କ ଗିରଫ ଦାବି କରିଥିଲେ ।

bidhan sabhaବୈଜୟନ୍ତ ପଣ୍ଡା ପରିବେଶ ଉଲଂଘନ କରିଥିବାବେଳେ, ଅଭିଜିତ୍‌ ଆୟାର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ଯ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଥିବା ବିଜେଡି ଅଭିଯୋଗ କରିଛି । ସେହିପରି ଗୃହରେ ଚାରା ଘୋଟାଲା ନେଇ ବିଜେପି ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଉଠାଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ପର୍ଯ୍ଯନ୍ତ ମୁଲତବୀ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.