ସଲମାନ ନୁହେଁ, ଆଉ ଜଣଙ୍କର ବଡ଼ ଫ୍ୟାନ୍ ହେଉଛନ୍ତି କାଟ୍ରିନା ! କିଏ ଏହି ହ୍ୟାଣ୍ଡସମ୍ ?

ମୁମ୍ବାଇ : ବଲିଉଡ୍ ଓ ଭାରତୀୟ କ୍ରିକେଟର ସମ୍ପର୍କରେ ଦୀର୍ଘ ବର୍ଷର । କ୍ରିକେଟକୁ ଛାଡ଼ି ଏବେ ଅନ୍ୟ କ୍ରୀଡ଼ା ସହିତ ମଧ୍ୟ ବଲିଉଡ୍ ଷ୍ଟାରଙ୍କ ସମ୍ପର୍କ ଗଢ଼ି ଉଠିଛି । ବିଶେଷ କରି ଅଭିଷେକ ବଚ୍ଚନ ଫୁଟବଲ୍, କବାଡ଼ି ଠାରୁ ଆରମ୍ଭ କରି ବିଭିନ୍ନଖେଳର ପ୍ରଚାର ପ୍ରସାରରେ ଲାଗିଛନ୍ତି । ତେବେ ବଲିଉଡ୍ ବିଉଟି କାଟ୍ରିନା କୈଫଙ୍କ ବିଷୟରେ କହିବା ପୂର୍ବରୁ ଅଭିଷେକଙ୍କ କଥା ଏଇଥି ପାଇଁ କହିଲୁ ଯେ କାଟ୍ରିନାଙ୍କ ସିକ୍ରେଟ୍ କଥାଟି କହିଛନ୍ତି ଜୁନିୟର ବଚ୍ଚନ । ଏକ ଟେଲିଭିଜନ କାର୍ଯ୍ୟକ୍ରମରେ କହିଛନ୍ତି କାଟ୍ରିନା କାହାର ସବୁଠୁ ବଡ଼ ଫ୍ୟାନ୍ । ସଲମାନଙ୍କ ନାଁ କହି ନାହାନ୍ତି ମ ?

NEERAJ CHOPRA

ଏସୀୟ କ୍ରୀଡ଼ାରେ ଜାଭେଲିନରେ ସ୍ବର୍ଣ୍ଣ ପଦକ ଜିତି ଦେଶର ଗୌରବ ବଢ଼ାଇଥିବା ନୀରଜ ଚୋପ୍ରାଙ୍କର ବହୁତ ବଡ଼ ପ୍ରଶଂସିକା ହେଉଛନ୍ତି ସୁନ୍ଦରୀ କାଟ୍ରିନା । ନୀରଜଙ୍କ ସହ କଥାବାର୍ତ୍ତା ବେଳେ ଅଭିଷେକ ଏହି କଥା କହିଛନ୍ତି । ଜାକର୍ତ୍ତାରେ ନୀରଜ ଏଭଳି ଜାଭେଲିନ୍ ଫିଙ୍ଗିଲେ ଯେ ଦେଶକୁ ତ ସ୍ବର୍ଣ୍ଣ ପଦକ ମିଳିଲା ତା ସାଙ୍ଗକୁ କାଟ୍ରିନାଙ୍କ ପ୍ରଶଂସା ଓ ଶ୍ରଦ୍ଧା ମଧ୍ୟ ତାଙ୍କ ପ୍ରତି ବଢ଼ିଗଲା । ପୁଣି ବଲିଉଡକୁ ଆସିବାର ନିମନ୍ତ୍ରଣ ମଧ୍ୟ ଦେଇଥିଲେ । ନୀରଜ କହିଲେ ମୁଁ ଅଭିନୟରେ ‘ଜିରୋ’ । ତେବେ ତେବେ ଆମର କହିବା କଥା କାଟ୍ରିନା ଯଦି ତାଙ୍କ ବିପକ୍ଷରେ ହିରୋଇନ୍ ହୁଅନ୍ତି, ତେବେ ନୀରଜ ନିଶ୍ଚୟ ହିରୋ ହେବାକୁ ରାଜି ହୋଇଯିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.