Below header

Flipkartରେ ବମ୍ପର ଅଫର୍, ୫ହଜାର ଟଙ୍କା ଶସ୍ତାରେ ମିଳୁଛି Honor ର ଏହି ୪ ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ସୁପର ସେଲ୍ । ୧୮ ସେପ୍ଟେମ୍ବରରୁ ୨୧ ସେପ୍ଟେମ୍ବର ଯାଏଁ ଚାଲୁଥିବା ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି ଦମଦାର ଅଫର୍ । ଏହି ଅଫରରେ ଲୋକପ୍ରିୟ ସ୍ମାର୍ଟଫୋନ୍ ଅନରର ୪ଟି ମଡେଲ୍ ମିଳିବ ଖୁବ୍ ଶସ୍ତାରେ । Honor 9 Lite, Honor 10, Honor 9N ଏବଂ Honor 9i କିଣିବା ପାଇଁ ଗ୍ରାହକଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ ।

9 lite

ଫ୍ଲିପକାର୍ଟରେ ଚାଲିଥିବା ଏହି ସେଲରେ Honor 9 Liteର ୪ ଜିବି ରାମ୍ ଏବଂ ୬୪ ଷ୍ଟୋରେଜ୍ ଥିବା ମୋବାଇଲ୍ ଅସଲ ମୂଲ୍ଯ ୧୪୯୯୯ ଟଙ୍କାରେ ମିଳିବ । କିନ୍ତୁ ଏହା ସହ ମିଳିବ ୩୦୦୦ଟଙ୍କାର ଏକ୍ସେଚେଞ୍ଜ ଅଫର୍ । ଫୋନରେ ରହିଛି ଡୁଆଲ୍ ସିମ୍ ସପୋର୍ଟ । ଏହା ସହ ରହିଛି ୫.୬୫ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ । ଫୋନରେ ରହିଛି ୨ଟି ଫ୍ରଣ୍ଟ୍ ଏବଂ ୨ଟି ରିୟର୍ କ୍ଯାମେରା । ରିୟର୍ ପ୍ଯାନେଲରେ ୧୩ +୨ ମେଗାପିକ୍ସେଲ୍ ଏବଂ ଫ୍ରଣ୍ଟରେ ମଧ୍ୟ ୧୩ +୨ ମେଗାପିକ୍ସେଲ୍ କ୍ଯାମେରା ରହିଛି ।

honor 10

ସେହିପରି ଅନର ୧୦ର ୬ ଜିବି ରାମ୍ ଏବଂ ୧୨୮ ଷ୍ଟୋରେଜ୍ ବାଲା ମଡେଲ୍ ୫୦୦୦ ଟଙ୍କା ଶସ୍ତାରେ ମିଳୁଛି । ଅନର୍ ୧୦କୁ କିଣିପାରିବେ ୨୭,୯୯୯ ଟଙ୍କାରେ ଯେତେବେଳେ କି ଏହାର ପ୍ରକୃତ ମୂଲ୍ଯ ହେଉଛି ୩୨,୯୯୯ । ଏହି ଫୋନରେ ରହିଛି ଡୁଆଲ୍ ସିମ୍ ସପୋର୍ଟ, ୫.୮୪ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଡିସପ୍ଳେ । ଅନର୍ ୧୦ରେ ମଧ୍ୟ ରହିଛି ଡୁଆଲ୍ ରିୟର୍ କ୍ଯାମେରା । ଯେଉଁଥିରେ ଗୋଟିଏ ୨୪ ମେଗାପିକ୍ସେଲ୍ ଏବଂ ଅନ୍ଯଟି ୧୬ ମେଗାପିକ୍ସେଲ୍ । ସେହିପରି ଫ୍ରଣ୍ଟ୍ କ୍ଯାମେରା ହେଉଛି ୨୪ ମେଗାପିକ୍ସେଲ୍ ।

9iଚାରି କ୍ଯାମେରା ବିଶିଷ୍ଟ ଅନର୍ 9i  ମିଳୁଛି ୧୬,୯୯୯ଟଙ୍କାରେ । ଯେତେବେଳେ କି ଏହାର ପ୍ରକୃତ ମୂଲ୍ଯ ହେଉଛି ୧୭, ୯୯୯ । ଏଥିରେ ରହିଛି ୫.୯ ଫୁଲ୍ ଏଚଡି ଡିସପ୍ଲେ , ୪ ଜିବି ରାମ ଏବଂ ୬୪ ଜିବି ଷ୍ଟେରେଜ୍ । ଏଥିରେ ମଧ୍ୟ ରହିଛି ଡୁଆଲ୍ ରିୟର୍ କ୍ଯାମେରା (୧୬+୨)ଏବଂ ଡୁଆଲ୍ ଫ୍ରଣ୍ଟ କ୍ଯାମେରା (୧୩+୨) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.