Below header

ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ୧୩ ହଜାର ଫୁଟ ଉଚ୍ଚରୁ ଡେଇଁଲେ ମହିଳା

ପାରାଜମ୍ପର ଶୀତଲ ମହାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬୮ତମ ଜନ୍ମ ଦିନରେ ଏକ ଭିନ୍ନ ଧରଣର ଶୁଭେଚ୍ଛା ଦେଇଛନ୍ତି।ଆମେରିକାର ଚିକାଗୋରେ ଶୀତଲ ସ୍କାଏ ଡାଇଭ୍ କରି ୧୩, ୦୦୦ ଫୁଟ ଉଚ୍ଚତାରୁ ଜମ୍ପ ମାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି। ଶୀତଲ ପଦ୍ମଶ୍ରୀ ସମ୍ମାନିତ ପାରାଜମ୍ପର। ସେ ସଫଳତାର ସହିତ ଜମ୍ପ ମାରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଯାହାକୁ ସେ ଏକ ଭିଡିଓ ଜରିଆରେ ସୋସିଆଲ ମିଡିଆ ଫେସବୁକରେ ଅପଲୋଡ କରିଛନ୍ତି। ସେ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ୪ ବର୍ଷ ହେଲା ଚେଷ୍ଟା କରୁଛି କିନ୍ତୁ ତାଙ୍କ ଅଫିସରୁ କିଛି ଉତ୍ତର ଆସି ନଥିଲା। ଏହି ଜମ୍ପ ପରେ ସେ ଉତ୍ତର ପାଇଛନ୍ତି ବୋଲି ଶୀତଲ ମହାଜନ ଇଣ୍ଟରନେଟରେ ଏହି ବାର୍ତ୍ତାକୁ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.