ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ୨ ପ୍ରତିଶତ ବଢିଲା ATF ମୂଲ୍ୟ

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ ଟଙ୍କା ରେକର୍ଡରେ ପହଞ୍ଚିଛି। ଏହା ଏପର୍ଯ୍ୟନ୍ତର ସବୁଠୁ ଅଧିକ ଦାମ୍‌।

ଚଳିତ ବର୍ଷ ସପ୍ତମ ଥର ପାଇଁ ATF ମୂଲ୍ୟ ବୃଦ୍ଧି ପାଇଛି ।ସରକାରୀ ତେଲ କମ୍ପାନୀ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ, ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୨ ପ୍ରତିଶତ ଅର୍ଥାତ୍ ୨,୨୫୮.୫୪ ଟଙ୍କା ବୃଦ୍ଧି ହୋଇଛି। ଏହା ପରେ ATF ମୂଲ୍ୟ କିଲୋମିଟର ପିଛା ୧,୧୨,୯୨୪.୮୩ ଟଙ୍କାରେ ପହଞ୍ଚିଛି।

ତେଲ କମ୍ପାନୀ ପକ୍ଷରୁ ୨୦୨୨ ବର୍ଷ ଆରମ୍ଭରୁ ATF ମୂଲ୍ୟ ବୃଦ୍ଧି ପାଇଛି । ଜାନୁଆରୀ ୧ ଠାରୁ ଇନ୍ଧନ ୭ ଗୁଣ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଏଟିଏଫ୍ ମୂଲ୍ୟ ୩୮,୯୦୨.୯୨ କିଲୋଲିଟର ବା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।

ବିମାନ କମ୍ପାନୀ କରୋନା ମହାମାରୀ ଯୋଗୁଁ ପ୍ରଥମରୁ କ୍ଷତିରେ ଚାଲୁଛି। ସ୍ଥିତି ସାମାନ୍ୟ ହେବା ପରେ ବିମାନ ଯାତ୍ରା ଆରମ୍ଭ ହୋଇଛି। ତେଣୁ ବିମାନ କମ୍ପାନୀ ଲଗାଦାରATF ଦାମ୍‌ ବୃଦ୍ଧି କରିଛନ୍ତି। ବିମାନ କମ୍ପାନୀର ଖର୍ଚ୍ଚର ୪୦ ପ୍ରତିଶତ ଭାଗATF ରହିଥାଏ। ଏମିତିରେ କୁହାଯାଉଛି କି, ବିମାନ କମ୍ପାନୀ ଖୁବଶୀଘ୍ର ବିମାନ ଯାତ୍ରା ମଧ୍ୟ ମହଙ୍ଗା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.