Below header

ସେମାଲିଆ ଉପକୂଳରୁ ଜାହାଜ ଅପହରଣ ଘଟଣା: ୧୫ ଭାରତୀୟ ସୁରକ୍ଷିତ ଉଦ୍ଧାର

ଜଳଦସ୍ୟୁଙ୍କ କବଳରୁ ୧୫ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ନୌସେନା କମାଣ୍ଡୋ। ସୋମାଲିଆ ଉପକୂଳରୁ 'MV LILA NORFOLK' ମାଲବାହୀ ଜାହାଜକୁ ଆଜି ଅପହରଣ କରାଯାଇଥିଲା।

ନୂଆଦିଲ୍ଲୀ : ଅପହୃତ କାର୍ଗୋ ଜାହାଜରୁ ସମସ୍ତ ଭାରତୀୟ ସୁରକ୍ଷିତ ଉଦ୍ଧାର। ଅପହୃତ ଜାହାଜ ‘ଏମଭି ଲିଲା ନର୍ଫୋକ୍’କୁ ଉଦ୍ଧାର କଲେ ମାର୍କୋସ କମାଣ୍ଡୋ । ଏହି ଜାହାଜରେ ୧୫ ଜଣ ଭାରତୀୟ ଥିଲେ। ଗୁରୁବାର ସଂଧ୍ୟାରେ ସେମାଲିଆ ଉପକୂଳରେ ଜାହାଜକୁ ଅପହରଣ କରାଯାଇଥିଲା। ଆରବ ସାଗରରେ ମରକୋସ୍ ଇଲାଇଟ୍ କମାଣ୍ଡୋମାନେ ଜାହାଜକୁ ଠାବ କରିବା ସହ ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି। ଅହହରଣକାରୀମାନେ ଅପହୃତ ଜାହାଜ ‘ଏମଭି ଲିଲା ନର୍ଫୋକ୍’ ଛାଡ଼ି ପଳାଇଥିବା ଊଦ୍ଧାରକାରୀ କମାଣ୍ଡୋ ସ୍ପଷ୍ଟ କରିଛନ୍ତି। ଏମଭି ଲିଲା ଅପହୃତ ହୋଇଥିବା ପ୍ରଥମେ ସୂଚନା ଦେଇଥିଲା ବ୍ରିଟିଶ ପ୍ରତିରକ୍ଷା ସଂସ୍ଥା ୟୁକେ ମାରିଟାଇମ ଟ୍ରେଡ୍ ଅପରେସନସ। ଏହି ସଂସ୍ଥା ସମୁଦ୍ରରେ ଜାହାଜ ଚଳାଚଳା ଉପରେ ନଜର ରଖିଥାଏ।

ସୂଚନା ପାଇବା ପରେ ଅପହୃତ ଜାହାଜ ପାଖରେ ପହଞ୍ଚିଥିଲା ଭାରତୀୟ ନୌସେନା ଜାହାଜ ଆଇଏନଏସ ଚେନ୍ନାଇର ହେଲିକପ୍ଟର। ଅପହରଣକାରୀମାନଙ୍କୁ ଜାହାଜ ଛାଡ଼ି ପଳାଇବାକୁ ଚେତାବନୀ ଦିଆଯାଇଥିଲା। ଏପଟେ ଆରବ ସାଗର ହୋଇଥିବା ଜାହାଜ ଅପହରଣରେ ଭାରତ କିଭଳି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଥିଲା । ନୌସେନାର ମାର୍କସ କମାଣ୍ଡୋଙ୍କ ଅପରେସନ୍ ପରେ ଭୟଭୀତ ହୋଇ ଜଳଦସ୍ୟୁ ଜାହଜକୁ ଛାଡ଼ି ଚାଲି ଯାଇଥିବା ଜଣାପଡିଛି । କାରଣ ଉଦ୍ଧାର ବେଳେ ଅପହରଣକାରୀ ଜାହାଜ ଭିତରେ ନଥିବା ସୂଚନା ମିଳିଛି । ଗତମାସରେ ଲୋହିତ ସାଗର ଓ ଆରବ ସାଗରରେ ଏକାଧିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ ଆରବ ସାଗରରେ ଯୁଦ୍ଧପୋତ ମୁତୟନ କରିଥିଲା ଭାରତୀୟ ନୌସେନା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.