ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

T20 ବିଶ୍ବକପ୍ ପାଇଁ ପ୍ରକାଶ ପାଇଲା କ୍ରୀଡ଼ା ସୂଚୀ । ଜୁନ ୯ରେ ଭାରତ-ପାକିସ୍ତାନ ଲଢେଇ। ନ୍ୟୁୟର୍କର ଏସେନହାୱର ପାର୍କରେ ଖେଳାଯିବ ମ୍ୟାଚ୍ । ଗୋଟିଏ ଗ୍ରୁପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଖେଳିବେ ।

ନୂଆଦିଲ୍ଲୀ: T20 ବିଶ୍ବକପ୍ ପାଇଁ ପ୍ରକାଶ ପାଇଲା କ୍ରୀଡ଼ା ସୂଚୀ । ଜୁନ ୯ରେ ଭାରତ-ପାକିସ୍ତାନ ଲଢେଇ। ନ୍ୟୁୟର୍କର ଏସେନହାୱର ପାର୍କରେ ଖେଳାଯିବ ମ୍ୟାଚ୍ । ଗୋଟିଏ ଗ୍ରୁପରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଖେଳିବେ । ଗ୍ରୁପ୍- Aରେ ଭାରତ, ପାକିସ୍ତାନ ସମେତ ଆମେରିକା, କାନାଡ଼ା ଓ ଆୟରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଜୁନ୍ ୧ ତାରିଖରେ ଆମେରିକା ଓ କାନାଡ଼ା ମଧ୍ୟରେ ଡାଲ୍ଲାସରେ ଖେଳାଯିବ। ୱେଷ୍ଟଇଣ୍ଡିଜ ଓ ଆମେରିକା ଯୁଗ୍ମ ଆୟୋଜକ ଥିବା ଏହି ଟି-୨୦ ବିଶ୍ବକପ ଜୁନ ୧ରୁ ଆରମ୍ଭ ହୋଇ ୨୯ତାରିଖ ଯାଏ ଚାଲିବ।

ଜୁନ୍ ୨୬ରେ ପ୍ରଥମ ସେମିଫାଇନାଲ ଗୁଏନା ଓ ଜୁନ୍ ୨୭ରେ ଦ୍ବିତୀୟ ସେମି ଫାଇନାଲ ତ୍ରନିଦାଦାରେ ଖେଳାଯିବ। ସେହିପରି ଫାଇନାଲ ମ୍ୟାଚ୍ ବାରବାଦୋସରେ ଜୁନ୍ ୨୯ରେ ଖେଳାଯିବ। ଏଥିରେ ମୋଟ ୫୫ ମ୍ୟାଚ୍ ଖେଳାଯିବ। ଏହି T-20 ବିଶ୍ବକପରେ ୨୦ଟି ଦଳକୁ ୪ଟି ଗ୍ରୁପ୍ ରେ ଭାଗ କରାଯାଇଛି। ପ୍ରଥମ ଥର ୮ଟି ଦଳକୁ ସାମିଲ କରାଯାଇଛି। ଗ୍ରୁପ୍-Aର ସମସ୍ତ ମ୍ୟାଚ୍ ଆମେରିକାରେ ଖେଳାଯିବାକୁ ଥିବାବେଳେ ଗ୍ରୁପ୍- B ଓ Cର ସମସ୍ତ ମ୍ୟାଚ୍ ୱେଷ୍ଟଇଣ୍ଡିଜରେ ଖେଳାଯିବ। ସେହିପରି ଗ୍ରୁପ୍- Dର ମ୍ୟାଚ୍ ଗୁଡ଼ିକ ଉଭୟ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.