Below header

ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା, ୨୪ ଘଣ୍ଟାରେ ଆମେରିକାରେ ୧୦୦ମୃତ

ନୂଆଦିଲ୍ଲୀ: ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା । ୧୮୦ ରୁ ଅଧିକ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି ସାରିଲାଣି ଭୂତାଣୁ । ଏବେ ପ୍ରତିଦିନ ହଜାରେ ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି ପ୍ରାଣଘାତୀ ଭୂତାଣୁ । ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି । ଆକ୍ରାନ୍ତ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ । ଚୀନ୍‌ ପରେ ଏବେ ସମଗ୍ର ୟୁରୋପରେ ଆତଙ୍କ। ଇଟାଲୀରେ ମୃତ୍ୟୁର ବିଭୀଷିକା ଖେଳାଇଛି କରୋନା । ସେଠାରେ ପୋକ ମାଛି ଭଳି ମରୁଛନ୍ତି ଲୋକ ।

indiaଇଟାଲିରେ ଗୋଟିଏ ଦିନରେ ୬୫୧ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଇଟାଲୀରେ ୫୪୭୬ଜଣଙ୍କ ନେଲାଣି ଭଯଙ୍କର ଭାଇରସ। ୫୯ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସହ ଲଢେଇରେ ଅଚଳ ହୋଇ ଯାଇଛି ପୂରା ଦେଶ । ଇଟାଲୀରେ ସବୁ ଜରୁରୀ କାରବାର ମଧ୍ୟ ବନ୍ଦ କରି ଦିଆଯାଇଛି । ସେହିପରି ସ୍ପେନ୍‌, ଫ୍ରାନ୍ସ, ଆମେରିକା, ଇଂଲଣ୍ଡ ଓ ଇରାନରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଫ୍ରାନ୍ସରେ ୬୭୪ ଓ ୨୪ ଘଣ୍ଟାରେ ଆମେରିକାରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.