କରୋନା ଭାଇରସକୁ ନେଇ ବୈଜ୍ଞାନିକଙ୍କ ରିସର୍ଚ୍ଚ, ତମ୍ବାପାତ୍ର ବ୍ୟବହାର ପାଇଁ ଦେଲେ ପରାମର୍ଶ

କରୋନା ଭାଇରସ ପାଇଁ ଏବେ ସାରା ବିଶ୍ଵ ଚିନ୍ତିତ । ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ । ଭାରତରେ ମଧ୍ୟ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ରିସର୍ଚ୍ଚରମାନେ ଏହାର ଚିକିତ୍ସା ପଦ୍ଧତି ଖୋଜିବାରେ ଲାଗିପଡ଼ିଛନ୍ତି । ତେବେ ନିକଟରେ କାଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଏକ ରିପୋର୍ଟ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ତମ୍ବାର ପ୍ରୟୋଗ ଦ୍ୱାରା ଏହି ଭାଇରସକୁ ରୋକାଯାଇ ପାରିବ ।

କରୋନା ଭାଇରସରୁ ବଞ୍ଚିବା ଏବଂ ତାର ଚିକିତ୍ସା ଖୋଜିବା ପାଇଁ ଏହାର ମୂଳ ପର୍ଯ୍ୟନ୍ତ ଯିବା ବହୁତ ଜରୁରୀ । ସେଥିପାଇଁ ସାରା ଦୁନିଆର ବୈଜ୍ଞାନିକ ଭିନ୍ନ ଭିନ୍ନ ଭାବେ ଏହା ଉପରେ ଗବେଷଣା କରୁଛନ୍ତି । ତେବେ କାଲିଫର୍ଣ୍ଣିଆର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ନୂଆ କରୋନା ଭାଇରସ ତମ୍ବାରେ ଅତିଶୀଘ୍ର ନଷ୍ଟ ହୋଇଯାଇଥାଏ । ଯଦିଓ ପ୍ଲାଷ୍ଟିକ ବସ୍ତୁରେ ଏହା ୯୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ସେହିଭଳି ଷ୍ଟିଲରେ ୭୨ ଘଣ୍ଟା ଓ କାର୍ଡବୋର୍ଡରେ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।

Scientists make new claim on treatment of corona virus, copper virus can be eradicated quickly

ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ତମ୍ବା ପାତ୍ରରେ ଏହି ଭାଇରସ ଅତିଶୀଘ୍ର ନଷ୍ଟ ହୋଇଯାଇଥାଏ । ଏଥିରେ ଭାଇରସଟି ଅତି ବେଶୀରେ ୪ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ । ସେଥିପାଇଁ ଲୋକମାନଙ୍କୁ ବେଶୀରୁ ବେଶୀ ତମ୍ବା ପାତ୍ର ବ୍ୟବହାର କରିବା ଆବଶ୍ୟକ । ଯାହାଦ୍ୱାରା ଭାଇରସ ଅତିଶୀଘ୍ର ଶେଷ ହୋଇଯିବ । ତେବେ ବୈଜ୍ଞାନିକମାନଙ୍କ ଏହି ନୂଆ ଦାବି ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.