Below header

ଆମେରିକା ପାଇଁ ବଡ ଦିନ: ଏଥର ସର୍ବସାଧାରଣରେ ବିନା ମାସ୍କରେ ବୁଲିପାରିବେ ଜନସାଧାରଣ

ଆମେରିକା : ସମ୍ପୂର୍ଣ୍ଣ ଟିକା ନେଇସାରିଥିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଏଥର ଆମେରିକାବାସୀ ସର୍ବସାଧାରଣରେ ବିନା ମାସ୍କରେ ବୁଲିପାରିବେ ବୋଲି ସିଡିସି ପକ୍ଷରୁ ଘୋଷଣା କରାଯାଇଛି। ସିଡିସିର ଏହି ପଦକ୍ଷେପକୁ ଆମେରିକା ରାଷ୍ଟ୍ରପତି ବାଇଡେନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଆମେରିକା ପାଇଁ ଏହା ଏକ ବଡ଼ ଦିନ। ଅଧିକରୁ ଅଧିକ ଆମେରିକାବାସୀଙ୍କୁ ଟିକାକରଣ କରିପାରିଥିବାରୁ ଏହା ଆମ ପାଇଁ ଏକ ବଡ଼ ସଫଳତା।

ଗତ ୧୧୪ ଦିନ ମଧ୍ୟରେ ଆମେରିକା ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ବହୁ ଲୋକଙ୍କ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇଛି। ମାତ୍ର ଏବେ ବି ଆମକୁ ସଚେତନ ରହିବାକୁ ପଡିବ। ବିନା ମାସ୍କରେ ସର୍ବସାଧାରଣରେ ବୁଲିପାରିବେ। ମାତ୍ର ସଂକ୍ରମଣ ରୋକିବା ପାଇଁ ଏବେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବାକୁ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଆମେରିକା । ଏପର୍ଯ୍ୟନ୍ତ ୩କୋଟି ୩୬ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩୩ଲକ୍ଷ ୫୮ହଜାରରୁ ଅଧିକ ଲୋକଙ୍କ ମହାମାରୀରେ ଜୀବନ ଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.