Below header

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ହକି ଖେଳାଳିଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା, ଖେଳମନ୍ତ୍ରୀ କଲେ ଟ୍ବିଟ୍

କରୋନା ମହାମାରୀ ଏବେ ସମସ୍ତଙ୍କ ଜୀବନକୁ କବଳିତ କରି ରଖିଛି। ଏଥିପାଇଁ ଦୈନିକ ଅନେକ ଲୋକଙ୍କ ପ୍ରାଣ ଯାଉଛି। ଏମାନଙ୍କ ମଧ୍ୟରେ ସେଲିବ୍ରିଟ, ଖେଳାଳି ମଧ୍ୟ ରହିଛନ୍ତି। କରୋନାରେ ପ୍ରାଣ ହରାଇଥିବା ପୂର୍ବ ହକି ଖେଳାଳି ରବିନ୍ଦ୍ର ପାଲ ସିଂ ଏବଂ ଏମକେ କୌଶିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ଖେଳ ମନ୍ତ୍ରୀ କିରଣ ରିଜିଜୁ। ଦୁହିଁଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ପାଇଁ କେନ୍ଦ୍ରୀୟ ଖେଳ ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍ କରି କହିଛନ୍ତି।

କୌଶିକ ଏବଂ ରବିନ୍ଦ୍ର ପାଲ ଦୁହେଁ ୧୯୮୦ରେ ମସ୍କୋ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଟିମରେ ରହିଥିଲେ। ଏହି ପ୍ରସିଦ୍ଧ ଖେଳାଳି କରୋନରେ ସଂକ୍ରମିତ ହୋଇ ନିକଟରେ ପରଲୋକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.