ସାଧାରଣ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ, ପେଟ୍ରୋଲ ଓ ପିଆଜ ପରେ ଦର ବଢାଇଲା ଅମୂଲ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ। ପେଟ୍ରୋଲ ଓ ପିଆଜ ପରେ ଦର ବଢାଇଲ ଅମୂଲ। ବିଭିନ୍ନ ରାଜ୍ୟରେ ଦୁଗ୍ଧ ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି ଅମୂଲ। ତେବେ ଦିଲ୍ଲୀ ଏନସିଆରରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି କମ୍ପାନୀ। ଆଜିଠାରୁ ଏହି ନୂଆ ଦର ଲାଗୁ ହେବ। ଏ ନେଇ ମଦର ଡାଏରୀ ଓ ଅମୂଲ ପୃଥକ ପୃଥକ ଘୋଷଣା କରିଛନ୍ତି। ନୂଆ ଦର ଅନୁସାରେ ଅମୂଲ ଗୋଲ୍ଡର ୫୦୦ଗ୍ରାମ କ୍ଷୀର ପ୍ୟାକେଟର ମୂଲ୍ୟ ୨୭ରୁ ବଢି ୨୮ ହୋଇଛି। ସେହିପରି ଅମୂଲ ତାଜାର ଦାମ୍‌ ୨୧ରୁ ବଢି ୨୨ଟଙ୍କା ହୋଇଛି।

Leave A Reply

Your email address will not be published.