ନରସିଂହପୁର ରପାପାତଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୨ମହିଳାଙ୍କ ଜୀବନ

କଟକ: ଦୁର୍ଘଟଣାରେ ଚାଲିଗଲା ୨ମହିଳାଙ୍କ ଜୀବନ। କଟକ ଜିଲ୍ଲା ନରସିଂହପୁର ବଡମ୍ବା ବ୍ଲକ ରପାପାତଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ରଙ୍ଗବତୀ ସାହୁ ଓ ତାରା ନାୟକ। ସକାଳୁ ଦୁଇ ଜଣ ନଦୀକୁ ଗାଧୋଇବାକୁ ଯାଉଥିବାବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ଗାଁଲୋକେ ଉତ୍ୟକ୍ତ ହୋଇ ରାସ୍ତା ମଝିରେ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି। କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ ଫଳରେ ଯାନବାହାନ ଚଲାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.