Below header

ବାଲୁଗାଁ ଗଙ୍ଗନଗରରେ ଚାଞ୍ଚଲ୍ୟ: ଏକ ତରଫା ପ୍ରେମରେ ବିଫଳ ପରେ ଘରେ ପଶି କଲେଜ ଛାତ୍ରୀଙ୍କ ଗଳା କାଟି ହତ୍ୟା କଲେ ଯୁବକ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଚାଞ୍ଚଲ୍ୟ। ଗତକାଲି ରାତିରେ ଗଙ୍ଗନଗରରେ ଏକ ତରଫା ପ୍ରେମରେ ବିଫଳ ପରେ ଘରେ ପଶି କଲେଜ ଛାତ୍ରୀଙ୍କ ଗଳା କାଟି ହତ୍ୟା କଲେ ଯୁବକ । ମୃତ ଯୁବତୀ ହେଲେ ଯୁକ୍ତ ଦୁଇ ଛାତ୍ରୀ ଶିବାନୀ ବେହେରା । ପ୍ରେମ ନିବେଦନ କରି ବିଫଳ ହେବାରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଭିଯୁକ୍ତ ଯୁବକ ସେହି ଗାଁର ବୋଲି ଯଣାପଡିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଘଟଣାରେ ଜଣକୁ ଅଟକ ରଖିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.