ଆଜିଠୁ ସାରା ଦେଶରେ କଡାକଡି ଭାବେ ଲାଗୁ ହୋଇଛି ଫାସଟାଗ୍‌ ବ୍ୟବସ୍ଥା, ୭୫ ପ୍ରତିଶତ ଟୋଲ୍ ଗେଟ୍‌ରେ ଇଲେକ୍ଟ୍ରୋନିକ୍ ଟୋଲ ସଂଗ୍ରହ ଅନିବାର୍ଯ୍ୟ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା । ଦେଶରେ ଥିବା ସମସ୍ତ ୪୫୦ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ୭୫ ପ୍ରତିଶତ ଟୋଲ୍ ଗେଟ୍‌ରେ ଇଲେକ୍ଟ୍ରୋନିକ୍ ଟୋଲ ସଂଗ୍ରହ ଅନିବାର୍ଯ୍ୟ । ଜାନୁଆରୀ ୧୫ ସୁଦ୍ଧା ଟୋଲ୍ ପ୍ଲାଜାର ୨୫ ପ୍ରତିଶତ ଲେନ୍‌କୁ ଅସ୍ଥାୟୀ ହାଇବ୍ରିଟ୍ ଲେନ୍‌ରେ ପରିଶତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଏହି ଲେନ୍‌ରେ ଉଭୟର ପେମେଣ୍ଟ ଓ ଫାସ୍ ଟ୍ୟାଗ୍ ବ୍ୟବସ୍ଥା ଲାଗୁ ହେବ । ଲୋକେ ଯେପରି ଅସୁବିଧାରେ ନପଡ଼ିବେ, ସେଥିପାଇଁ ୩୦ ଦିନ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଡିସେମ୍ବର ୧ରୁ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରବର୍ତ୍ତୀ ସମୟରେ ଆଉ ୧୫ ଦିନ ସମୟ ଦିଆଯାଇଥିଲା । ଏହାଦ୍ୱାରା ଟୋଲଗେଟରେ କମ ସମୟ, କମ ଅର୍ଥ ଦେବାକୁ ପଡିବ । ଯେଉଁ ଗାଡିରେ ଫାସଟାଗ୍ ଲାଗିନଥିବ ସେମାନେ ଦୁଇଗୁଣା ନଗଦ ରାଶି ଦେବେ । ଟୋଲ ଗେଟ୍‌ରେ ବାରମ୍ବାର ରହିବାକୁ ପଡିବ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡିବନି । ନଗଦ କାରବାରରୁ ବଞ୍ଚିତ ହେବେ ଗାଡି ଚାଳକ । ଏହି ସମସ୍ୟାକୁ ନଜରରେ ରଖି ଫାସଟାଗ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.