Below header

ଚୀନ ସୀମାରେ ନିଖୋଜ ବିମାନ ଏଏନ-୩୨, ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ୍ ଥିଲେ ୧୩ ଜଣ

ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ନିଖୋଜ । ଚୀନ ସୀମାରେ ଏହା ନିଖୋଜ ହୋଇଯାଇଛି । ବିମାନରେ ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ୍ ୧୩ ଜଣ ଥିଲେ । ଆସାମର ଜୋରାହାଟରୁ ଦିନ ୧୨ଟା ୨୫ରେ ଏଏନ-୩୨ ବିମାନ ଉଡ଼ାଣ ଭରିଥିଲା । ଏହା ଅରୁଣାଚଳ ପ୍ରଦେଶର ମେଚୁକ ଅଭିମୁଖେ ଯାଉଥିଲା । ତେବେ ଉଡ଼ାଣର କିଛି ସମୟ ପରେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ନିଖୋଜ ବିମାନକୁ ଠାବ କରିବା ପାଇଁ ସୁଖୋଇ-୩୦ ଓ ସି-୧୩୦ ଏୟାରକ୍ରାଫଟ ନିୟୋଜିତ ହୋଇଛନ୍ତି ।

ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସ ମଧ୍ୟ ସର୍ଚ୍ଚ ଅପରେସନ ଚଳାଇଛି । ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ ରାକେଶ ସିଂ ବାହାଦୁରିଆଙ୍କ ସହ କଥା ହୋଇଛନ୍ତି । ପୂର୍ବରୁ ୨୦୧୬ରେ ମଧ୍ୟ ଗୋଟିଏ AN-32 ବିମାନ ନିଖୋଜ ହୋଇଥିଲା। ଚେନ୍ନାଇରୁ ଆଣ୍ଡାମାନ ନିକୋବର ଯାଉଥିବା ବିମାନଟି ବଙ୍ଗୋପସାଗରରେ ନିଖୋଜ ହୋଇଗଲା। ବିମାନରେ ୨୯ ଜଣ ଥିଲେ। ସେହି ବିମାନର ସନ୍ଧାନ ଆଜି ଯାଏ ମିଳି ନାହିଁ। AN-32 ଅର୍ଥାତ ଏନ୍ତୋନୋବ୍-32, ୧୯୮୪ରୁ ଏହି ବିମାନ ବାୟୁସେନା ବ୍ୟବହାର କରୁଛି। ଏହି ବିମାନକୁ ଡିଜାଇନ କରିଛି ୟୁକ୍ରେନର ଏନ୍ତୋନୋବ ଷ୍ଟେଟ୍ କର୍ପୋରେସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.