Below header

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, ତୀବ୍ରତା ୫.୨

ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ଆଜି ସକାଳ ୭.୩୫ ରେ ଏହି ଭୂକମ୍ପ ଘଟିଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

ଆଜି ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଭୂକମ୍ପ ବିଷୟରେ ସୂଚନା ଦେଇଛି । ଆଜି ସକାଳ ୭.୩୫ ରେ ଏହି ଭୂକମ୍ପ ଘଟିଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

ତେବେ ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନର ଫୌଜାବାଦରେ ୪.୪ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଫୌଜାବାଦର ପ୍ରାୟ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଘଟିଛି ।

ସୂଚନାଯୋଗ୍ୟ, ଅକ୍ଟୋବରରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଆଫଗାନିସ୍ତାନରେ ୪,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.