ISRO ରେ ଖାଲିପଡିଛି ଟେକ୍ନିସିଆନ ପଦବୀ, ଆଇଟିଆଇ ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଇସ୍ରୋରେ ଖାଲିପଡିଛି ଟେକ୍ନିସିଆନ-ବି ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ରହିଛି ।

ଇସ୍ରୋରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଖାଲିପଡିଛି ଟେକ୍ନିସିଆନ-ବି ପଦବୀ । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ପାଇଁ ଅନଲାଇନ ଆବେଦନ କରିପାରିବ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । isro.gov.in କୁ ଯାଇ ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ସବିଶେଷ ବିବରଣୀ ୱେବସାଇଟକୁ ଯାଇ ପାଇପାରିବେ ।

ପଦବୀ ବିବରଣୀ : ୫୪ (ଟେକ୍ନିସିଆନ)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ ଆଇଟିଆଇ ଡିପ୍ଲୋମା କରିଥିବା ଜରୁରୀ । ଏହି ଡିପ୍ଲୋମା ଏନସିଭିଟି ମାନ୍ୟତାପ୍ରାପ୍ତ ହୋଇଥିବା ଜରୁରୀ । ଏହି ଭର୍ତ୍ତି ନ୍ୟାସନାଲ ରିମୋଟ ସେସିଂଗ ସେଣ୍ଟର ପାଇଁ ହେବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୫ ବର୍ଷ ମଧ୍ୟରେ ହେବା ଜରୁରୀ । ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରିପାରିବେ ।

କେମିତି ହେବ ଚୟନ :

ଏହି ପଦବୀରେ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ମାଧ୍ୟମରେ ହେବ ।

ଆବେଦନ ଶୁଳ୍କ : ଏଥିପାଇଁ ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । କିନ୍ତୁ ପ୍ରାରମ୍ଭରେ ପ୍ରାର୍ଥୀ ୫୦୦ ଟଙ୍କା ଦେଇ ଆପ୍ଲିକେସନ ପ୍ରୋସେସିଂ ଫି ଦେବାକୁ ହେବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୧,୭୦୦ରୁ ୬୯,୧୦୦ ଟଙ୍କା ମିଳିବ । ଏହାସହିତ ଭାରତ ସରକାର ନିୟମ ମୁତାବକ ବିଭିନ୍ନ ପ୍ରକାରର ଭତ୍ତା ମଧ୍ୟ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.