Below header

ଖୋଲୁଛି ସାହୁ କମ୍ପାନୀର ମଦ ସାମ୍ରାଜ୍ୟ ଗୁମର: ବିପୁଳ ଟଙ୍କା ପରେ ଲକରରୁ ମିଳିଲା ୧୭ କିଲୋ ସୁନା

ଟଙ୍କା ପାହାଡ଼ ପରେ ଏବେ ଆୟକର ବିଭାଗ ହାତରେ ଲାଗିଛି ବିପୁଳ ସୁନାର ସନ୍ଧାନ । ଗତକାଲି ଆୟକର ବିଭାଗ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀକୁ ଧରି ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଟିଟିଲାଗଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା । ଆକ୍ସିସ ବ୍ୟାଙ୍କର ୩ଟି ଲକର ମଧ୍ୟରୁ ଗୋଟିଏ ଲକରରୁ ମିଳିଛି ପୁଳାପୁଳା ସୁନା। ୧୭ କିଲୋ ସୁନା ମିଳିଥିବା ସୂଚନା ରହିଛି ।

ବଲାଙ୍ଗିର (କେନ୍ୟୁଜ): ଯେତେ ଖୋଳିଲେ ସେତେ ବାହାରୁଛି ସାହୁ କମ୍ପାନୀର ମଦ ସାମ୍ରାଜ୍ୟ ଗୁମର । ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ପାହାଡ଼ ପରେ ଏବେ ଆୟକର ବିଭାଗ ହାତରେ ଲାଗିଛି ବିପୁଳ ସୁନାର ସନ୍ଧାନ । ଗତକାଲି ଆୟକର ବିଭାଗ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ପତ୍ନୀକୁ ଧରି ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଟିଟିଲାଗଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଥିଲା । ଆକ୍ସିସ ବ୍ୟାଙ୍କର ୩ଟି ଲକର ମଧ୍ୟରୁ ଗୋଟିଏ ଲକରରୁ ମିଳିଛି ପୁଳାପୁଳା ସୁନା। ୧୭ କିଲୋ ସୁନା ମିଳିଥିବା ସୂଚନା ରହିଛି । ସେସବୁ ବ୍ୟାଗରେ ବନ୍ଧା ହୋଇ ରହିଥିଲା ।

ଆଜି ଆଉ କିଛି ଲକରରେ ଯାଞ୍ଚ କରିବା ନେଇ ସୂଚନା ରହିଛି । ବଲାଙ୍ଗିର ସୁଦପଡ଼ାରେ ଥିବା ମଦଭାଟିରୁ ଜବତ ଲାପଟପ୍, ହାର୍ଡଡିସ୍କ ଓ ଡାଏରୀରୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସେସବୁର ଯାଞ୍ଚ ବି କରୁଛି ଆୟକର ବିଭାଗ । ଅନ୍ୟପଟେ ଟଙ୍କା ଗଣତି ସରିବା ପରେ ସରକାରୀ ଆକାଣ୍ଟରେ ଜମା ପ୍ରକ୍ରିୟା ଆରମ୍ଭ ହୋଇଛି । ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରେ ୨୮୫ କୋଟି ଟଙ୍କା ଜମା କରାଯାଇଛି। ଜବତ ଟଙ୍କା ରଖିବାକୁ SBI ଷ୍ଟ୍ରଙ୍ଗ ରୁମରେ ସ୍ଥାନ ନିଅଣ୍ଟ ପଡିଲାଣି। ବଲାଙ୍ଗିର ଷ୍ଟ୍ରଙ୍ଗ ରୁମରେ ୩୫୦ କୋଟି ଟଙ୍କା ରଖିବାର କ୍ଷମତା ରହିଛି। ସେହିପରି ମଦ ବ୍ୟବସାୟ ଉପରେ ଚଢ଼ାଉ ଆରମ୍ଭ କରିଛି ରାଜ୍ୟ ଅବକାରୀ ବିଭାଗ । ବଳଦେବ ସାହୁ ଆଣ୍ଡ ସନ୍ସ ମାଲିକାନାରେ ଥିବା ସବୁ ମଦଭାଟିରେ ଯାଞ୍ଚ କରାଯାଇଛି। ମଦ ତିଆରି କାରଖାନା ସଂକ୍ରାନ୍ତ ଦସ୍ତାବିଜର ଖୋଳତାଡ କରାଯାଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କର ବ୍ୟାଙ୍କ ଆକାଉଣ୍ଟ ଓ ବିଭିନ୍ନ ଡକ୍ୟୁମେଣ୍ଟର ଯାଞ୍ଚ କରିଛି ଆୟକର ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.