ଅପହରଣକାରୀ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ଉପରେ ଆଣିଲେ ଦୁଷ୍କର୍ମ ଅଭିଯୋଗ, କହିଲେ, ‘ଟ୍ରେନ୍ ଟଏଲେଟ୍ ଭିତରେ ମୋତେ’…
ପୋକ୍ସୋ ଆକ୍ଟ ସମ୍ବନ୍ଧିତ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଜଣେ ବିଚାରଧୀନ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ନିଯୁକ୍ତି ପାଇଥିବା ପୋଲିସ କର୍ମଚାରୀ ମହିଳା କଏଦୀଙ୍କୁ ହାଜର କରିବା ଲାଗି ଟ୍ରେନରେ କୋଲକାତାରୁ ଦିଲ୍ଲୀ ନେଉଥିଲେ। ଏହି ଯାତ୍ରା ସମୟରେ ଟ୍ରେନ୍ ଟଏଲେଟ୍ ମଧ୍ୟରେ ତାଙ୍କୁ ଦୁଷ୍କର୍ମ କରିଥିବା ମହିଳା କଏଦୀ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ହରିନଗର ଥାନା ପୋଲିସ ରୁଜୁ କରିଥିବା ମାମଲାକୁ ଆନନ୍ଦ ବିହାର ରେଲେଓ୍ଵ ଥାନାକୁ ହସ୍ତାନ୍ତର କରିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସୁରକ୍ଷା ପାଇଁ ନିୟୋଜିତ ୫ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଥିଲେ ମହିଳା କର୍ମୀ। ହେଲେ ଯାତ୍ରା ସମୟରେ ମହିଳା ପୋଲିସ କର୍ମୀଙ୍କୁ ପଠାଇ ଅଭିଯୁକ୍ତ ପୋଲିସ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିଲେ।
ଏହାସହ ପଢ଼ନ୍ତୁ: ‘ଟାଇଟାନିକ୍’ ପରେ ଏବେ କମ୍ପାନୀ ବି ବୁଡ଼ିଗଲା, ୧୫୮ ବର୍ଷ ପରେ ପଡ଼ିଲା ତାଲା
ପୀଡ଼ିତ ମହିଳା କଏଦୀ ୨୦୧୫ରୁ ତିହାର ଜେଲରେ ଅଛନ୍ତି। ମହିଳାଙ୍କ ବିରୋଧରେ ପଶ୍ଚିମବଙ୍ଗର ମେଦିନାପୁର ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା। ଅଗଷ୍ଟ ୨ ତାରିଖରେ କଲିକତାରେ ହାଜର ହେବା ପରେ ୩ ଅଗଷ୍ଟରେ ଦିଲ୍ଲୀ ପାଇଁ ଟ୍ରେନରେ ତାଙ୍କୁ ନିଆଯାଉଥିଲା। ମହିଳା କଏଦୀ ଏହା ବି ଅଭିଯୋଗ କରିଥିଲେ ଯେ ତାଙ୍କୁ ଚୁପ୍ ରହିବାକୁ ଧମକ ଦିଆଯାଇଥିଲା। ତେବେ ରେଲେଓ୍ଵ ଡିସିପି ଡି.କେ. ଗୁପ୍ତା ମାମଲାର ତଦନ୍ତ କରାଯାଉଥିବା କହିଛନ୍ତି।