Below header

ଅଧରାତିରେ ଅର୍ଣ୍ଣବଙ୍କୁ ଆକ୍ରମଣ : ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ପତ୍ନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, କଂଗ୍ରେସ କରିଥିବା ନେଇ ଅଭିଯୋଗ ଦେଖନ୍ତୁ ଭିଡିଓ

ବୁଧବାର ରାତିରେ ରିପବ୍ଲିକ୍ ମିଡିଆ ନେଟୱାର୍କର ପ୍ରତିଷ୍ଠାତା ତଥା ଦେଶର ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏନେଇ ଅର୍ଣ୍ଣବ ଗୋସ୍ୱାମୀ ନିଜେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ତାଙ୍କ ଘରଠାରୁ 500 ମିଟର ଦୂରରେ ବାଇକରେ ଆସି କଂଗ୍ରେସ ଦଳର କିଛି କର୍ମକର୍ତ୍ତା ତାଙ୍କୁ ଆକ୍ରମଣ କରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି । ଆକ୍ରମଣ ସମୟରେ ଅର୍ଣ୍ଣବଙ୍କ ପତ୍ନୀ ମଧ୍ୟ କାରରେ ଉପସ୍ଥିତ ଥିଲେ ।


ଏହି ଆକ୍ରମଣ ସମୟରେ ଗୁଣ୍ଡାମାନେ କାରର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏଥିରେ ସଫଳ ନହେବାରୁ ସେମାନେ କାର ଉପରକୁ କାଳି ଫିଙ୍ଗିଥିଲେ । ଆକ୍ରମଣ ପରେ ସଙ୍ଗେ ସଙ୍ଗେ ଅର୍ଣ୍ଣବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ସୁରକ୍ଷା କର୍ମୀଙ୍କ କହିବା ଅନୁଯାୟୀ ଅର୍ଣ୍ଣବଙ୍କୁ ଆକ୍ରମଣ କରିଥିବା ବାଇକ୍ ଆରୋହୀମାନେ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ।


ଏହା ପରେ ଅର୍ଣ୍ଣବ ଗୋସ୍ୱାମୀ ଏକ ଭିଡିଓ ମାଧ୍ୟମରେ ତାଙ୍କୁ କଂଗ୍ରେସ ଦଳ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଅର୍ଣ୍ଣବ ତାଙ୍କ ଟିଭିର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ “ପାଲଘରରେ ଦୁଇ ସାଧୁଙ୍କ ହତ୍ୟାକୁ ନେଇ ସୋନିଆ ଗାନ୍ଧୀ ଚୁପ୍ ରହିଛନ୍ତି କାହିଁକି” ? “ଯଦି ସାଧୁଙ୍କ ବଦଳରେ ଖ୍ରୀଷ୍ଟିଆନ ପୁରୋହିତମାନଙ୍କୁ ଆକ୍ରମଣ କରାଯାଇଥାନ୍ତା ତେବେ ସେମାନେ ନିରବ ରହିଥାନ୍ତେ କି ?” ଏହା ପରଠାରୁ ଅର୍ଣ୍ଣବଙ୍କୁ କଂଗ୍ରେସ କର୍ମୀଙ୍କଠାରୁ ଗାଳି ଶୁଣିବାକୁ ମିଳିଥିଲା ଏବଂ ଷ୍ଟୁଡ଼ିଓରୁ ଘରେ ପହଂଚିବା ବାଟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ସୂଚନା ଅନୁଯାୟୀ ଏହି ମାମଲାରେ ଉତ୍ତରପ୍ରଦେଶ କଂଗ୍ରେସ କମିଟି ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.