Below header

ଭାରତରେ ୬୮୧ଜଣଙ୍କ ମୁଣ୍ଡ ନେଲାଣି ଭୟଙ୍କର କରୋନା: ଦିଲ୍ଲୀ,ଗୁଜରାଟ ଓ ରାଜସ୍ଥାନରେ ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ: କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୬ଶହରୁ ଅଧିକ ମୁଣ୍ଡ ନେଲାଣି ଭୟଙ୍କର ଭାଇରସ୍‌ କରୋନା । ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୬୮୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ ହଜାର ୩୯୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ ହଜାର ୨୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଭିନ୍ନ ହସ୍ପିଟାଲରେ ୧୬ ହଜାର ୪୫୪ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୬୯ମୁଣ୍ଡ ନେଲାଣି ମାରାତ୍ମକ ଭାଇରସ୍‌ । ଦିଲ୍ଲୀ, ଗୁଜରାଟ, ରାଜସ୍ଥାନରେ ବି ସ୍ଥିତି ଉଦବେଗଜନକ ରହିଛି । ଗୁଜୁରାଟରେ ମୃତ୍ୟୁସଂଖ୍ୟା ୧୦୦ଟପିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.