ଭଦ୍ରକ,ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ

ଭୁବନେଶ୍ବର: ଭଦ୍ରକ , ଯାଜପୁର ଓ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାପରେ ପ୍ରଶାସନ ସଜାଗ। ଏହି ୩ ଜିଲ୍ଲାରେ କରୋନା ମୁକାବିଲା ପାଇଁ ୩ ଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପାଇଁ ଏସ୍‌.କେ ଲୋହାନୀ, ପି. କେ ମେହେର୍ଦ୍ଦାଙ୍କୁ ଯାଜପୁର ଓ ଏସ୍‌.କେ ବଶିଷ୍ଠଙ୍କୁ ବାଲେଶ୍ୱରର ଦାୟିତ୍ୱ ଦିଆଯାଇଛି। ଏମାନେ ସଂପୃକ୍ତ ଅଞ୍ଚଳରେ ଅନୁଧ୍ୟାନ କରି କରୋନାକୁ କିପରି ରୋକାଯାଇପାରିବ ସେନେଇ ତଦାରଖ କରିବେ। ତଦାରଖ କରିବା ସହ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ। କୋଲକାତାରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବେ ୩ ବରିଷ୍ଠ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.