Below header

କେନ୍ଦ୍ର ସରକାର ଲଞ୍ଚ କଲେ ‘ବିଦ୍ୟାଦାନ 2.0’, ଜାଣନ୍ତୁ ଏହାର 5ଟି ଖାସ କଥା

ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଲଗାତାର ଲକଡାଉନ ଶିକ୍ଷାକୁ ମଜଭୁତ କରିବା ପାଇଁ ପ୍ରୟାସ ଚଳାଇଛି। ଏହି କ୍ରମରେ ବିଭିନ୍ନ ଅନଲାଇନ ଏଜୁକେସନ ପ୍ଲାଟଫର୍ମରେ ଗୁଣବତ୍ତାପୂର୍ଣ୍ଣ ପାଠ୍ୟ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ‘ବିଦ୍ୟାଦାନ 2.0’ ପୋର୍ଟାଲକୁ ଲଞ୍ଚ କରାଯାଇଛି। ଏହି ଅବସରରେ କେନ୍ଦ୍ର ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ କହିଛନ୍ତି, କରୋନା ଭାଇରସ ପ୍ରକୋପ ଯୋଗୁ ସାରା ଦେଶରେ ଲାଗିଥିବା ଏହି ଲକଡାଉନ ମଝିରେ ଅନଲାଇନ ଶିକ୍ଷାକୁ ନେଇ ଏହା ଏକ ବଡ଼ ଅଭିଯାନ।

44

ବିଦ୍ୟାଦାନ କ’ଣ, ଜାଣନ୍ତୁ ଏହାର ଖାସିୟତ

1. କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଦ୍ୟାଦାନ ଏକ ଜାତୀୟ କାର୍ଯ୍ୟକ୍ରମ। ପାଠ୍ୟକ୍ରମ ଅନୁସାରେ ଇ-ଲରନିଂ ସାମଗ୍ରୀ ବିକଶିତ କରିବା ଏବଂ ଏଥିରେ ଯୋଗଦାନ ଦେବା ପାଇଁ ବିଭିନ୍ନ ଶିକ୍ଷାବିଦ ଓ ସଙ୍ଗଠନଗୁଡିଙ୍କୁ ଯୋଡାଯିବ। ଯିଏ ବି ଏଥିରେ ସାମିଲ ହେବାକୁ ଚାହାନ୍ତି, ସେମାନେ ବ୍ୟାଖ୍ୟାତ୍ମକ ଭିଡ଼ିଓ, ଆନିମେଶନ, ପଥ ଯୋଜନା, ମୂଲ୍ୟାଙ୍କନ ଓ ପ୍ରଶ୍ନ ବ୍ୟାଙ୍କ ରୂପରେ ନିଜର ଯୋଗଦାନ ଦେଇପାରିବେ।

2. ଏହି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ସାମଗ୍ରୀର ସମୀକ୍ଷା ବିଶେଷଜ୍ଞମାନଙ୍କ ଦ୍ୱାରା କରାଯିବ। ଏହାପରେ ତାହାକୁ ଦୀକ୍ଷା ଆପରେ ଉପଯୋଗ ପାଇଁ ଜାରି କରାଯିବ, ଯଦ୍ଦ୍ୱାରା ସାରା ଦେଶର ଲକ୍ଷାଧିକ ଛାତ୍ରଙ୍କୁ କେଉଁଠି ବି ଏବଂ କେଉଁ ସମୟରେ ବି ପାଠ ପଢ଼ିବାର ସୁବିଧା ଉପଲବ୍ଧ ହେବ।

3. ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିଜ ନିଜ ହିସାବରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଆରମ୍ଭ କରିପାରିବେ। ଏଥିରେ ବ୍ୟକ୍ତିତ୍ୱ, ସଙ୍ଗଠନ, ଶିକ୍ଷା ସଂସ୍ଥାନ, ଏଡଟେକ ସଙ୍ଗଠନ, ଶିକ୍ଷକ ଆଦିଙ୍କୁ ଯୋଡିପାରିବେ। ଏହାସହିତ ପାଠ୍ୟ ସାମଗ୍ରୀ ଆଞ୍ଚଳିକ ଭାଷା ଏବଂ ନିଜ ନିଜ ଅଞ୍ଚଳର ସନ୍ଦର୍ଭରେ ମଧ୍ୟ ଉପଲବ୍ଧ କରାଇପାରିବେ।

4. ପାଠ୍ୟ ସାମଗ୍ରୀ ଯୋଗଦାନ ଉପକରଣ ମାଧ୍ୟମରେ ‘ବିଦ୍ୟାଦାନ’ରେ ଉପଲବ୍ଧ ଏକ ମାନକୀକୃତ ଟେମ୍ପ୍ଲେଟ ଏକପ୍ରକାର ଢାଞ୍ଚା ବନେଇବାରେ ସହାୟକ ହେବ।

5. ଏଥିରେ ଉପଲବ୍ଧ ପାଠ୍ୟ ସାମଗ୍ରୀ ସମସ୍ତ ଶିକ୍ଷା ବିଭାଗ ଯେପରି ସରକାରୀ ବିଭାଗ, ରାଜ୍ୟ ଏବଂ କେନ୍ଦ୍ରୀୟ ଶିକ୍ଷା ବୋର୍ଡ, ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଆଦିଙ୍କ ଉପଯୋଗ ପାଇଁ ଉପଲବ୍ଧ ହେବ। ତେବେ ଉଚ୍ଚଶିକ୍ଷା ଲାଭ କରୁଥିବା ବିଦ୍ୟାର୍ଥୀମାନଙ୍କ ପାଖରେ ଖୁବଶୀଘ୍ର ଏହାର ଲାଭ ପହଞ୍ଚାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.