Below header

ଆଜି ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ହେବ ଶୁଣାଣି

ମୁମ୍ବାଇ: ଆଜି ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ହେବ । ଗତକାଲି ବମ୍ବେ ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରିଥିଲେ । ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି କହିଥିଲେ ଖଣ୍ଡପୀଠ । ଏହାସହ ଆତ୍ମହତ୍ୟା କରିଥିବା ଇଣ୍ଟେରିଅର ଡିଜାଇନର ଅନ୍‌ଭୟ ନାଏକଙ୍କ ଝିଅ ଆଦ୍‌ନ୍ୟାଙ୍କ ଏ-ସମରୀ ରିପୋର୍ଟର ପୁନଃ ତଦନ୍ତ ଦାବିର ମଧ୍ୟ ଆଜି ଶୁଣାଣି ହେବ ।

୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରିଛି ରାଇଗଡ଼ ପୋଲିସ । ସୁଇସାଇଡ ନୋଟରେ ଅର୍ଣ୍ଣବଙ୍କ ନାଁ ରହିଥିବାରୁ ଧାରା ୩୦୬ ଓ ୩୪ରେ ପୋଲିସ ତାଙ୍କୁ ଗିରଫ କରିଥିଲା । ୨୦୧୮ର ଏହି ମାମଲାରେ ୨୦୧୯ ଏପ୍ରିଲରେ ରାଇଗଡ଼ ପୋଲିସ ତଦନ୍ତ ରିପୋର୍ଟ ଦାଖଲ କରିଥିଲା । ପୋଲିସର ତଦନ୍ତ ରିପୋର୍ଟରେ ଅସନ୍ତୋଷ ବ୍ୟକ୍ତ କରି ମୃତକଙ୍କ ଝିଅ କୋର୍ଟରେ ପ୍ରୋଟେଷ୍ଟ ରିପୋର୍ଟ ଫାଇଲ କରିଥିଲେ । ଧାରା ୧୭୪ ଅନୁସାରେ କୋର୍ଟ ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହାର କାର୍ଯ୍ୟାନୁଷ୍ଠାନରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.