Below header

ଦେଶବ୍ୟାପି ପାଳନ ହେଉଛି ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂର ଷଷ୍ଠ ପ୍ରତିଷ୍ଠା ଦିବସ

କେନ୍ୟୁଜ୍: ନୂଆଦିଲ୍ଲୀରେ ପାଳିତ ହୋଇଛି ଆର୍ଟ ଅଫ ଗିଭିଙ୍ଗ। ହଜ୍‌ଖାସ ଗାଁ, ହୁମାୟୁନପୁର, ଲୋଧି କଲୋନି, ଜନକପୁରୀ, ଗ୍ରେଟର କୌଳାସ, ଜାମ୍‌ରୁଦପୁର, ସାହାଦ୍ରା, ଏଲପି ଏକ୍ସଟେନସନ୍‌, ଝଣ୍ଡେୱାଲା, ଦ୍ୱାରକା ଆଦି ୧୦୦ଟି ସ୍ଥାନରେ ୧୦ହଜାରରୁ ଅଧିକ ଶିଶଙ୍କୁ ନିବେଦିତା ସାମନ୍ତଙ୍କ ଦ୍ୱାରା ଖୁସିର ବ୍ୟାଗ ବଣ୍ଟନ କରାଯାଇଛି। ପିଲାମାନଙ୍କୁ ପାଠ୍ୟ ଉପକରଣ ଓ ଅନ୍ୟ ସରଞ୍ଜାମ ପ୍ରଦାନ କରାଯାଇଛି।

aog delhiମୁମ୍ବାଇରେ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଛି।  ମୁମ୍ବାଇ ଥାନେ ଓଡିଆ ଆସୋସିଏସନ୍‌ ପକ୍ଷରୁ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଯାଇଛି। ଛୋଟ ଛୋଟ ପିଲାମାନଙ୍କୁ ବହି, ପେନ୍‌ ଓ ବିସ୍କୁଟ୍‌ ପ୍ରଦାନ କରାଯାଇଛି।

mumbai

ପଶ୍ଚିମବଙ୍ଗର ଟିଟାଗଡ଼ ଶିଳ୍ପାଞ୍ଚଳରେ ଥିବା ଓଡ଼ିଆ ବସତି ଅଞ୍ଚଳରେ ଆର୍ଟ ଅଫ୍‌ ଗିଭିଂ ପାଳିତ ହୋଇଛି । ଏହି ଅବସରରେ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।

titagar

ବେଙ୍ଗାଲୁରୁରେ ଆୟୋଜିତ ହେଉଛି ଆର୍ଟ ଅଫ୍‌ ଗିଭିଂ । ବେଙ୍ଗାଳୁରୁରେ ବିଭନ୍ନ ଟ୍ରଷ୍ଟ ଅଧୀନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍‌, ପୁସ୍ତକ ସମେତ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ପାଖାପାଖି ୧୦ରୁ ଅଧିକ ବିଦ୍ୟାଳୟରେ ମୋଟ୍‌ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ଅଫ୍‌ ହାପିନେସ୍‌ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରୀମତି ତୃପ୍ତି ଅରବିନ୍ଦ, ମନୋଜ ବଳ ଯୋଗଦେଇଥିଲେ । କିଟ୍‌ ଓ କିସ୍‌ର ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

bangalore

ଆସାମ ଗୁଆହାଟୀରେ ଶିବପ୍ରସାଦ ଖଟାଇ ଆର୍ଟ ଅଫ ଗିଭିଂ ଦିବସ ପାଳନ କରିଛନ୍ତି। ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସେ ପେନ୍‌, ପେନ୍‌ସିଲ ଓ ଷ୍ଟେସନାରୀ ସାମଗ୍ରୀ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.