ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲା, ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ସାରଦା ଚିଟ୍‌ଫଣ୍ଡ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ଆଇପିଏସ୍‌ ଅଧିକାରୀ ରାଜୀବ କୁମାରଙ୍କୁ ଝଟ୍‌କା । ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗିଥିଲା କଟକଣାକୁ ହଟାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ସିବିଆଇ ତାର ନିଜ କାମ କରିପାରିବ । ହେଲେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜୀବ କୁମାରଙ୍କୁ କୋର୍ଟ ୭ ଦିନ ସମୟ ଦେଇଛନ୍ତି । ୭ ଦିନ ଭିତରେ ରାଜୀବ କୁମାର କୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିପାରିବେ । ଯଦି ତାଙ୍କୁ ଆଗୁଆ ଜାମୀନ ନମିଳେ, ତେବେ ୭ ଦିନ ପରେ ସିବିଆଇ ରାଜୀବ କୁମାରଙ୍କୁ ଗିରଫ କରିପାରିବ । ପଶ୍ଚିମବଙ୍ଗର ପୂର୍ବତନ ପୋଲିସ କମିଶନରଙ୍କ ଉପରେ କୋଟି କୋଟି ଟଙ୍କାର ସାରଦା ଚିଟ୍‌ଫଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.