ସିଆଚିନ୍: ସିଆଚିନ୍ ଉତ୍ତର ଗ୍ଲେସିୟରରେ ହିମସ୍ଖଳନ । ୧୮ ହାଜର ଫୁଟ୍ ଉପରେ ହୋଇଥିବା ଏହି ହିମସ୍ଖଳନରେ ୪ଜଣ ଯବାନ ସହିଦ୍ ହୋଇଯାଇଛନ୍ତି। ଏହା ବ୍ୟତୀତ ହିମସ୍ଖଳନରେ ୨ଜଣ ପୋର୍ଟରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗତକାଲି ଦିନ ପ୍ରାୟ ୩ଟା ୩୦ରେ ଏହି ହିମସ୍ଖଳନ ହୋଇଥିଲା। ଏଥିରେ ପାଟ୍ରୋଲିଂ ଦଳର ୮ଜଣ ଯବାନ ଫଶି ଯାଇଥିଲେ। ଯାବନଙ୍କୁ ବଞ୍ଚାଇବା ପାଇଁ ସଙ୍ଗେ ସଙ୍ଗେ ସେନାର ବଡ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଯବାନଙ୍କୁ ବରଫରୁ ବାହାର କରିବା ପରେ ହେଲିକପ୍ଟରରେ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୪ଜଣ ଯବାନ୍ ଓ ୨ଜଣ ପୋର୍ଟରଙ୍କ ମୃତ୍ୟୁ ହୋଇଥିଲା। ହିମସ୍ଖଳନରେ ଫଶିଥିବା ଅନ୍ୟ ଯବାନଙ୍କ ଅବସ୍ଥା ଗୁରୁତର ରହିଛି। ତିନି ଫେବୃଆରୀ ୨୦୧୬ରେ ହୋଇଥିବା ହିମସ୍ଖଳନରେ ୧୦ ଜଣ ଯବାନ ସହିଦ ହୋଇଥିଲେ ।
You might also like