କୁମ୍ଭୀର ଛୁଆ କଲା ଏମିତି ଆକ୍ରମଣ ତ ପକ୍ଷୀ କଲା ପ୍ରତିଆକ୍ରମଣ, ଦେଖନ୍ତୁ ଏହି ମଜାଦାର ଭାଇରାଲ୍‌ ଭିଡିଓ

କୁମ୍ଭୀର ଛୁଆ ଓ କାଠ ହଣା ପକ୍ଷୀ ମଧ୍ୟରେ ଚାଲିଛି ଏମିତି ଘମାଘୋଟ ଲଢ଼େଇ । ଦେଖିଲେ ଯେ କେହି ବି ଘଡିଏ ଚକିତ ହୋଇଯିବେ । ଭିଡ଼ିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଛି ।

ଭିଡିଓରେ ଦେଖାଯାଇଛି ଯେ କୁମ୍ଭୀର ଛୁଆଗୁଡିକ ଗୋଟିଏ ପକ୍ଷୀକୁ ଆକ୍ରମଣ କରିବାକୁ ଆସୁଥିବା ବେଳେ ପକ୍ଷୀଟି ମଧ୍ୟ ତାକୁ ପ୍ରତି ଆକ୍ରମଣ କରୁଛି । ତେବେ କେହି କାହାର କ୍ଷତି କରି ପାରି ନାହାଁନ୍ତି । କୁମ୍ଭୀର ଛୁଆ ନଦୀ କୂଳକୁ ଆସୁଛି ଓ ତା’ ଆଖିରେ ଏକ ପକ୍ଷୀ ପଡ଼ୁଛି ।

ପକ୍ଷୀକୁ ଦେଖୁ ଦେଖୁ କୁମ୍ଭୀର ଛୁଆ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ହେଲେ ପକ୍ଷୀ ମଧ୍ୟ କମ୍‌ ନୁହେଁ । ସେ ମଧ୍ୟ ପ୍ରତିଆକ୍ରମଣ ଆରମ୍ଭ କରିଦେଇଛି । କୁମ୍ଭୀର ଛୁଆ ଡରି କରି ପାଣି ଭିତରକୁ ଚାଲି ଯାଉଛି । ଏହି ଭିଡିଓକୁ ୧୮ ଜୁନ୍‌ରେ ସେୟାର କରାଯାଇଥିଲା ।

ଆଜି ଯାଏ ୬୩ ହଜାର ସେୟାର ହୋଇସାରିଲାଣି । ଟ୍ଵିଟରରେ ପକ୍ଷୀର ଚାଲାକି ଓ କୁମ୍ଭୀରର ବୋକାମୀକୁ ଲୋକେ ବେଶ୍‌ ମନଭରି ଉପଭୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.