Below header

ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି, ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ

କେନ୍ୟୁଜ୍ (ବ୍ୟୁରୋ): ପୁରୀରେ ରଥଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି । ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଯିବାକୁ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ । ରଥଯାତ୍ରାର ଏକାଧିକ ଉଦାହରଣ ରଖି ଲେଖିଲେ ଚିଠି ।

କୋଭିଡ ନିୟମ ଓ ସାମାଜିକ ଦୂରତା ରକ୍ଷା କରି ରଥଯାତ୍ରା କରିବାକୁ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ଚିଠି ମାଧ୍ୟମରେ ରଥଯାତ୍ରା ନେଇ ପୁରାଣ ବର୍ଣ୍ଣନାର ଉଦାହରଣ ଦେଇଛନ୍ତି ଗଜପତି । ଏଥିସହ କେଉଁ କେଉଁ ସମୟରେ ରଥଯାତ୍ରା ବନ୍ଦ ହୋଇଥିଲା ଏବଂ କାହିଁକି ବନ୍ଦ ହୋଇଥିଲା ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ନହେଲେ ଅସଂଖ୍ୟା ଭକ୍ତଙ୍କ ଭାବାବେଗକୁ ଆଘାତ ଲାଗିବ ବୋଲି ଲେଖିଛନ୍ତି ଗଜପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.