ଭାଇରାଲ ହେଉଛି ମହିଳାଙ୍କ ଇଣ୍ଟରନେଟ୍ ଫଟୋ, ପୋଷା କୁକୁରକୁ ପିଠିରେ ବାନ୍ଧି ପ୍ରତିଦିନ କରନ୍ତି ରାସ୍ତା ସଫେଇ

ବ୍ୟାଙ୍କକର ଜଣେ ମହିଳା ଷ୍ଟିଟ୍ ସ୍ୱିପରଙ୍କ ଇଣ୍ଟରନେଟ୍ ଫଟୋ ଦେଖିଲେ, ଯେ କେହି ବି ପ୍ରଶଂସା କରିବେ। ଯେତେବେଳେ ସେ ରାସ୍ତା ସଫେଇ କରିଥାଆନ୍ତି, ସେତେବେଳେ ତାଙ୍କ ପିଠି ଉପରେ ପଡ଼ିଥିବା ଏକ ସୁନ୍ଦର ପୋଷା କୁକୁର ଉପରେ ସମସ୍ତଙ୍କ ନଜର ଚାଲିଯାଏ। ଏବେ ଏହାର କେତେଗୁଡ଼ିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ପୋଷା କୁକୁରର ନାମ ହେଉଛି ‘ମାଜଦା’, ଯେ କି ମାତ୍ର ୧ ବର୍ଷର।
ଏହାସହ ପଢନ୍ତୁ: ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କଲେ କିସ୍, ଦେଖନ୍ତୁ ଭିଡିଓ
ରାସ୍ତା ସଫେଇ କରୁଥିବା ମହିଳା ଜଣକ ହେଲେ ୨୮ ବର୍ଷୀୟା କେଓ୍ଵଡା ରାମ। କେଓ୍ଵଡାଙ୍କ କହିବାନୁଯାୟୀ, କାମ ବେଳେ ତାଙ୍କ ଏକଲାପଣ ଦୂର କରିବା ପାଇଁ ସେ ନିଜ ପ୍ରେମିକଙ୍କୁ ଏକ କୁକୁର ଛୁଆ ଆଣିଦେବାକୁ କହିଥିଲେ। ଆଉ ଏଥିରେ ତାଙ୍କ ପ୍ରେମିକ ରାଜି ହୋଇଯାଇଥିଲେ। ସେବେଠାରୁ ସେ କୁକୁରଟିକୁ ନିଜ ସାଥୀରେ ଧରି କାମକୁ ଆସୁଛନ୍ତି। ଗତ ୧ ବର୍ଷ ହେବ ତାଙ୍କ ପୋଷା କୁକୁର ତାଙ୍କ ସହିତ ଆସୁଛି। କୁକୁରର ଓଜନ ପାଖାପାଖି ୧୦ କିଲୋ ହେବ। କେଓ୍ଵାଡା କୁହନ୍ତି, ଆଜି ପଯ୍ୟର୍ନ୍ତ ସେ କେବେ ବି କୁକୁରଟିକୁ ଭୁଲରେ ମଧ୍ୟ ଛାଡ଼ିକି ଆସିନାହାନ୍ତି। କାମ କରିବା ବେଳେ ମାଜଦା ତାଙ୍କୁ କୌଣସି ପ୍ରକାର ହଇରାଣ ହରକତ କରି ନ ଥାଏ। ଏଠି ମଧ୍ୟ ସାଥୀ କର୍ମଚାରୀ ମାଜଦାକୁ ସ୍ନେହ କରନ୍ତି। ପ୍ରେମିକ ଦେଇଥିବା ଏହି କୁକୁରଟି ମୋ ପାଇଁ ଏକ ସୁନ୍ଦର ଉପହାର।