ଏମିତି ମାନବିକତା ! ଦୟା କଲା ନାହିଁ ରେଳବାଇ, ଦାଦନଙ୍କ ମୃତଦେହକୁ ଅଧାବାଟରୁ ଓହ୍ଲାଇ ଦେଲା

କାମାକ୍ଷାନଗର : ଦାଦନ ଖଟିବାକୁ ଯାଇ ଗଲା ଜୀବନ । ଅଧାବାଟରେ ମୃତଦେହକୁ ଓହ୍ଲାଇ ଦେଲେ ରେଳବାଇ କର୍ତ୍ତୃପକ୍ଷ । ଏପଟେ ମୃତଦେହ ଅପେକ୍ଷାରେ ପରିବାର । ମୃତ ଯୁବକ ଜଣକ ହେଉଛନ୍ତି ଢେଙ୍କାନାଳ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ତନୁଜ ପ୍ରଧାନ । ତନୁଜ ଗତ ୮ ମାସ ତଳେ ଦାଦନ ଖଟିବାକୁ ବେଙ୍ଗାଳୁରୁ ଯାଇଥିଲେ । ସେଠାରେ ଦେହ ଅସୁସ୍ଥ ହେବାରୁ ଗତ ୨୭ ତାରିଖରେ ସମ୍ପର୍କୀୟଙ୍କ ସହ ଟ୍ରେନ୍‌ ଯୋଗେ ଘରକୁ ଫେରୁଥିଲେ । ହେଲେ ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ନିନ୍ଦ୍ୟାଲ୍‌ ଷ୍ଟେସନ୍‌ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ରେଳ କର୍ମଚାରୀ ମରଶରୀରକୁ ସେଠାରେ ହିଁ ଓହ୍ଲାଇ ଦେଇଥିଲେ । ଏବେ ନିନ୍ଦ୍ୟାଲ୍‌ ଷ୍ଟେସନରେ ପଡିରହିଛି ତନୁଜଙ୍କ ମୃତଦେହ । ଏକ ମାତ୍ର ପୁଅ ପାଇଁ ବ୍ୟାକୁଳ ହୋଇଉଠୁଛି ପରିବାର । ଅନ୍ୟପଟେ ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.