ଫିଲ୍ମ ନେଲା ଫ୍ୟାନଙ୍କ ଜୀବନ, ପ୍ରଭାସଙ୍କ ସାହୋ ପୋଷ୍ଟର ସହ ଲାଗି ମୃତ୍ୟୁବରଣ କଲେ ଯୁବକ

ସାଧାରଣତଃ ଫ୍ୟାନମାନଙ୍କ ପାଇଁ ନିଜ ସୁପରଷ୍ଟାରର ଫିଲ୍ମ ରିଲିଜ ହେବା କୌଣସି ବଡ଼ ପର୍ବଠାରୁ କମ କଥା ନୁହେଁ । ଭାରତରେ ନିଜ ମନ ପସନ୍ଦର ଷ୍ଟାର ମାନଙ୍କୁ ଲୋକମାନେ ଭଗବାନଙ୍କ ଭଳି ପୂଜା କରୁଥିବା ବେଳେ ସାଉଥ ଇଣ୍ଡିଆନ ଚଳଚ୍ଚିତ୍ରର ଷ୍ଟାର ମାନଙ୍କୁ ତାଙ୍କ ଫ୍ୟାନ ମାନଙ୍କ ତରଫରୁ ମଧ୍ୟ ବହୁତ ଭଲପାଇବା ମିଳିଥାଏ । ସେ ରଜନୀକାନ୍ତ ହୁଅନ୍ତୁ କିମ୍ବା ମହେଶ ବାବୁ, ଅଲ୍ଲୁ ଅର୍ଜୁନ ନଚେତ ପ୍ରଭାସ ଏମାନଙ୍କର ଫ୍ୟାନ୍ସ ମାନେ ତାଙ୍କୁ ଭଗବାନ ମାନିଥାନ୍ତି । ନିକଟରେ ଏକ ଏଭଳି ଫ୍ୟାନଙ୍କ ସହିତ ଘଟିଛି କିଛି ଏପରି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଫ୍ୟାନମାନେ ନିଜର ଫେବରେଟ ଷ୍ଟାରର ମୁଭି ଆସିଲେ ସିନେମା ହଲ ସଜାଇବାଠୁ ଆରମ୍ଭ କରି ପୋଷ୍ଟର ବ୍ୟାନର ଏବଂ ଫୁଲମାଳ ସହିତ ନିଜ ସୁପରଷ୍ଟାରକୁ ସ୍ୱାଗତ କରିଥାନ୍ତି । ଏହା ଅତି ସାଧାରଣ କଥା ଅଟେ କିନ୍ତୁ ପ୍ରଭାସଙ୍କର ଏକ ଫ୍ୟାନଙ୍କ ସହିତ ପୋଷ୍ଟର ଲଗାଇବା ସମୟରେ ଏକ ଏଭଳି ଘଟଣା ଘଟିଛି ଯେଉଁ କାରଣରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
Prabhas fan dies with electric shock while setting up a banner in Tirumala theater in Mahabubnagar for Prabhas new fil #Saaho#Prabhasfans #SaahoInCinemas #SaahoTheGame #Saahoreview #SaahoOnAug30 pic.twitter.com/KkHDwem01b
— NewsMeter (@NewsMeter_In) August 28, 2019
ସୂଚନା ଅନୁଯାୟୀ ଭେଙ୍କେଟେସ ନାୟକ ନାମକ ଜଣେ ଯୁବକ ପ୍ରଭାସଙ୍କର ଏକ ବଡ଼ ଫ୍ୟାନ ଅଟନ୍ତି । ସେ ଗତକାଲି ମେହେବୁବାନଗରର ତିରୁମାଲା ଥିଏଟରରେ ଏକ ବ୍ୟାନର ଲଗାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ଫ୍ୟାନ ଜଣକ ପୋଷ୍ଟର ଠିକ କରିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଏବଂ କରେଣ୍ଟ ଏତେ ହାଇ ଭୋଲଟେଜର ଥିଲା ଯେ ସେ ସିନେମା ହଲ ଉପରୁ ତଳକୁ ଖସିପଡିଥିଲେ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାସହ ପଢନ୍ତୁ ପ୍ରେମିକା ସହ ହୋଟେଲରେ ରହିବା ବେଳେ ପୋଲିସ ହଇରାଣ କରୁଚି କି ? ତେବେ ନିଅନ୍ତୁ ଏହି ପଦକ୍ଷେପ
ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଅଗଷ୍ଟ ୩୦ ତାରିଖରେ ପ୍ରଭାସ ଏବଂ ଶ୍ରଦ୍ଧା କାପୁରଙ୍କ ଫିଲ୍ମ ‘ସାହୋ’ର ରିଲିଜ ହେବାକୁ ଯାଉଛି । ଏହି ଖବର ଶୁଣିଲା ପରେ ପ୍ରଭାସ ଦୁଃଖ ପ୍ରକାଶ କରିଛନ୍ତି ।