ପିଆଜ ଖାଇବା ଛାଡ଼ିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଦର ଜାଣିଲେ କାନରେ ହାତ ଦେବେ

ପିଆଜର ଦର ଏବେ ଆକାଶଛୁଆଁ। କେବଳ ଭାରତ ନୁହେଁ ବରଂ ବାଲାଂଦେଶରେ ମଧ୍ୟ ପିଆଜ ଦର ବଢିବଢି ଚାଲିଛି। ବାଲାଂଦେଶରେ ପିଆଜ ଦର କିଲୋ ପ୍ରତି ୨୨୦ ଟଙ୍କାରେ ବିକ୍ରି କରାଯାଉଛି। ସାଧାରଣତଃ ବାଲାଂଦେଶରେ ପିଆଜ କିଲୋ ପ୍ରତି ୩୦ ଟଙ୍କା ବିକ୍ରି କରାଯାଏ। କିନ୍ତୁ ଭାରତ ପିଆଜ ରାପ୍ତାନୀ ବନ୍ଦ କରିଦେବାରୁ ବାଲାଂଦେଶର ଏଭଳି ସ୍ଥିତି ଦେଖାଦେଇଛି।

onion-2

ଏଥିପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେଖ ହସିନା ଆଉ ପିଆଜ ଖାଉନାହାନ୍ତି। ନିଜ ଖାଦ୍ୟ ତାଲିକାରୁ ପିଆଜକୁ ହଟାଇ ଦେଇଛନ୍ତି ବାଲାଂଦେଶ ପ୍ରଧାନମନ୍ତ୍ରୀ। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପିଆଜରେ ରୋଷେଇ ହେବା ମଧ୍ୟ ବନ୍ଦ କରିଦିଆଯାଇଛି।

ଏହାସହ ପଢ଼ନ୍ତୁ ; ଗଙ୍ଗାକୁ ପ୍ରଦୂଷିତ କରିବା ପଡିବ ମହଙ୍ଗା, ଏବେ ୫୦ କୋଟିର ଜରିମାନା ସହିତ ମିଳିବ ଦଣ୍ଡାଦେଶ

ଭାରତରେ ବର୍ଷା ଯୋଗୁଁ ପିଆଜ ଫସଲକୁ କ୍ଷତି ପହଞ୍ଚିଥିଲା, ଯେଉଁଥିପାଇଁ ଉତ୍ପାଦନ କମ୍‌ ହୋଇଛି। ଦକ୍ଷିଣ ଏସୀୟ ଦେଶରେ ପିଆଜରେ ଅନେକ ପ୍ରକାର ବ୍ୟଞ୍ଜନ ତିଆରି କରାଯାଏ। ପିଆଜର କମ୍‌ ଉତ୍ପାଦନ ଯୋଗୁଁ ଦର ମହଙ୍ଗା ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.