ଅଜବ! ଏହି ବ୍ୟକ୍ତିଙ୍କର ଅଛନ୍ତି ୭ ହଜାର ସ୍ତ୍ରୀ, ସବୁଜ-ସୁନ୍ଦର ତାଙ୍କ ପରିବାର

ଭାଗଲପୁରର ଭିଖନପୁରରେ ରହୁଥିବା ୪୪ ବର୍ଷୀୟ ରାଜା ବୋଷଙ୍କର ଅଛନ୍ତି ୭ ହଜାର ସ୍ତ୍ରୀ। ସବୁଜ-ସୁନ୍ଦର ତାଙ୍କ ଦୁଲ୍ଲର୍ଭ ପରିବାର। ଏଥିରେ ଆପଣ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପ୍ରକୃତ କଥା ହେଲା, ସ୍କୁଲରେ ଶିକ୍ଷକତା କରୁଥିବା ରାଜାଙ୍କ ପାଖରେ ୭ ହଜାରରୁ ଅଧିକ ଗଛଲତା ରହିଛି, ଯାହାକୁ ସେ ନିଜ ସ୍ତ୍ରୀ ବୋଲି ମାନିଥାଆନ୍ତି। ତାଙ୍କ ବଗିଚାରେ ଥିବା ଏହି ଦୁର୍ଲ୍ଲଭ ଗଛଗୁଡ଼ିକ ହେଉଛି ତାଙ୍କ ସବୁଜ-ସୁନ୍ଦର ପରିବାର। ପରିବାରର ଦେଖାଶୁଣା ସେ ନିଜେ ହିଁ କରନ୍ତି।
ଏହାସହ ପଢ଼ନ୍ତୁ: ସ୍ୱାମୀ ସହିତ ମନାନ୍ତରକୁ ସହିପାରିଲାନି ସ୍ତ୍ରୀ, ରାଗ ସୁଝାଇବାକୁ ଯାଇ ପିଲା ଉପରେ କଲେ ଏମିତି ଆକ୍ରମଣ
ଗଛ ପ୍ରତି ରାଜାଙ୍କର ଏତେ ଭଲ ପାଇବା ଯେ କେବେ ବି ସେ ବିବାହ କରିବାକୁ ମନ ବଳାଇନାହାନ୍ତି। ଦେଶର ବିଭିନ୍ନ ଜାଗାରେ ଆୟୋଜନ ହେଉଥିବା ପୁଷ୍ପ ପ୍ରଦର୍ଶନୀରେ ତାଙ୍କ ଫୁଲ, ଫଳ ଅନେକଥର ପୁରସ୍କାର ପାଇଛି। ରାଜା ନିଜେ ଘରେ ହିଁ ଏକ ଗାର୍ଡେନ କରିଛନ୍ତି, ଯାହାକୁ ସେ ‘ବଟାନିକାଲ୍ ୱଣ୍ଡରଲ୍ୟାଣ୍ଡ’ ନାଁ ରଖିଛନ୍ତି। ତାଙ୍କ ଘରର କାନ୍ଥ, ବାଡ଼, ବାଲକୋନି ଆଉ ଭୂମିରେ ପାଖାପାଖି ୫୦୦ରୁ ଅଧିକ ପ୍ରଜାତିର ଗଛ ଲାଗିଛି।
ଏହାସହ ପଢ଼ନ୍ତୁ: ଚାଲିଛି ରୀତିନୀତି, ବିବାହ କରିବାକୁ ପ୍ରସ୍ତୁତ ବରକନ୍ୟା କିନ୍ତୁ ହଠାତ ଘଟିଲା କିଛି ଏଭଳି ଘଟଣା କନ୍ୟାକୁ ଛାଡି ଫେରାର…
କେବଳ ଏହି ସଉକ ନୁହେଁ, ରାଜା ଜାତୀୟସ୍ତରର ଜଣେ ଟେବୁଲ୍ ଟେନିସ୍ ଖେଳାଳୀ ମଧ୍ୟ। ୧୯୮୬ରେ ଜୁନିୟର ସ୍ତରର ସ୍କୁଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ବାଙ୍ଗାଲୋର୍ ଯାଇଥିଲେ। ସେତେବେଳେ ସେ ୬ଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେଠାକାର ବଗିଚା ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା। ଏହାପରଠୁ ରାଜା ଗଛ ଲଗାଇବାକୁ ମନ ବଳାଇଥିଲେ। ଆଉ ଘରେ ଏକ ବିଶାଳ ବାଟିକା ତିଆରି କରିଥିଲେ। ରାସ୍ତା ପାର୍ଶ୍ବ କିମ୍ବା କେଉଁଠୁ ପ୍ଲାଷ୍ଟିକ୍ ବୋତଲ ମିଳିଗଲେ, ସେ ସେଗୁଡ଼ିକୁ ଆଣି ସେଥିରେ ଗଛ ଲଗାଉଥିଲେ।
ଏହାସହ ପଢ଼ନ୍ତୁ: ହୋଟେଲ୍ ମାଲିକ ସାବଧାନ୍! ଗ୍ରାହକଙ୍କ ଗାଡ଼ିକୁ ଦିଅନ୍ତୁ ସୁରକ୍ଷା ନ ହେଲେ ଗଣିବେ ମୋଟା ଅଙ୍କର ଜରିମାନା
ରାଜା କୁହନ୍ତି, ସେ ଜାପାନୀ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି। ଏହା ସାହାଯ୍ୟରେ ବଡ଼ ଗଛକୁ ଛୋଟ ଛୋଟ କାଟି ସେଥିରୁ ଫୁଲ, ଫଳ ବିକଶିତ କରୁଛନ୍ତି। ତାଙ୍କ ପାଖରେ ଅନେକ ଔଷଧୀୟ ବୃକ୍ଷ ରହିଥିବା ବେଳେ ୪୦ ପ୍ରଜାତିର ଗୋଲାପ ଫୁଲ୍ ଗଛ ରହିଛି। ଦକ୍ଷିଣ ଆଫ୍ରିକା, ବ୍ୟାଙ୍କଙ୍ଗ୍, ଶ୍ରୀଲଙ୍କା, ବାଂଲାଦେଶ, ତାଞ୍ଜାନିଆ ଆଦି ବାହାର ଦେଶର କେତେକ ଗଛ ବହୁତ ଦୁର୍ଲ୍ଲଭ ଅଟେ। ଏହିସବୁ ଗଛକୁ ସେ କୋଲକାତା, ଆଗ୍ରା, ଦାର୍ଜିଲିଙ୍ଗ୍, ଚଣ୍ଡୀଗଡ଼ ଏବଂ ଦିଲ୍ଲୀରୁ ମଗାଇଥାଆନ୍ତି।
ତାଙ୍କ କହିବା ହେଲା, ଦିଲ୍ଲୀ ଏବଂ ଦେଶର ଅନେକ ସହରରେ ଏବେ ପ୍ରଦୂଷଣର ମାତ୍ରା ବଢ଼ିଗଲାଣି। ଏଥିପାଇଁ ଲୋକେ ନିଜ ନିଜ ଘରେ ଏବଂ ବାଲକୋନିରେ ଗଛଲତା ଲଗାଇବା ଉଚିତ। ଏହାଦ୍ବାରା ପ୍ରଦୂଷଣର ସମସ୍ୟା ଆଉ ଦେଖାଯିବନି ବୋଲି ରାଜା କହିଛନ୍ତି।