Below header

ଚଳିବନି ଭାଇ,ଉପର ଅଧିକାରୀଙ୍କୁ ଅଧସ୍ତନ କର୍ମଚାରୀ ସାର ସମ୍ବୋଧନ କରିବାକୁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର, ଅଫିସ ଡେକୋରମର କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଆଉ ଅଫିସରେ ଚଳିବନି ଭାଇ ସମ୍ବୋଧନ। ଉପରିସ୍ଥ ଅଧିକାରୀଙ୍କୁ ଅଧସ୍ତନ କର୍ମଚାରୀମାନେ ସାର ସମ୍ବୋଧନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର। ଅଫିସ ଡେକୋରମର କଡ଼ାକଡ଼ି ପାଳନ ଉପରେ ନିର୍ଦ୍ଦେଶ ହୋଇଛି। ଅଫିସ ସମୟରେ ବରିଷ୍ଠ ଅଧିକାରୀଙ୍କୁ ସାର ସମ୍ବୋଧନ ବାଧ୍ୟତାମୂଳକ ହୋଇଛି। ଏନେଇ ପ୍ରାଣୀଧନ ଓ ଗୋସଂପଦ ନିର୍ଦ୍ଦେଶାଳୟ ଅଫିସ ସମୟରେ ଭାଇ ସମ୍ବୋଧନ ନଜରରେ ଆସିବା ପରେ ନିର୍ଦ୍ଦେଶନାମା ଜାରି କରିଛି। ଅଫିସ ମଧ୍ୟରେ କୌଣସି ବ୍ୟକ୍ତିଗତ ସଂପର୍କ ନରଖି କେବଳ ବୃତ୍ତିଗତ ସଂପର୍କ ରଖିବାକୁ କୁହାଯାଇଛି। ଅଫିସ ମଧ୍ୟରେ କୌଣସି ସଂପର୍କ ନେଇ ସମ୍ବୋଧନ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମ ୧୯୫୯ର ଉଲ୍ଲଙ୍ଘନ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.