ଗ୍ରାମୀ ଆଓ୍ଵାର୍ଡ ଶୋ’ରେ ଅଚାନକ ଟପ୍‌ଲେସ୍‌ ହୋଇଗଲେ ଲୋକପ୍ରିୟ ଗାୟିକା, ଦେଖାଇଲେ ଛାତିରେ ଲେଖିଥିବା ସନ୍ଦେଶ

ଜଣେ ଲୋକପ୍ରିୟ ଗାୟିକା ଗ୍ରାମୀ ଆଓ୍ଵାର୍ଡ ଶୋ’ରେ ଅଚାନକ ଟପ୍‌ଲେସ୍‌ ହୋଇଯାଇଛନ୍ତି। ସିଙ୍ଗରଙ୍କ ଏଭଳି ପାଗଳପଣ ଦେଖି ଉପସ୍ଥିତି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିଲ୍ଲୀର ଗାୟିକା ମୋନ୍‌ ଲାଫର୍ତେ ଲାତିନ୍‌ ଶୋ’ ଚାଲିଥିବା ବେଳେ ଷ୍ଟେଜ୍‌ ଉପରେ ଚଢ଼ି ଚିଲ୍ଲୀ ପୋଲିସ ବିରୋଧୀ ମନ୍ତବ୍ୟ ଦେଇଥିଲେ। କେବଳ ମନ୍ତବ୍ୟ ନୁହେଁ ସେ ନିଜ ଡ୍ରେସ୍‌ ମଧ୍ୟ ଓହ୍ଲାଇ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Video Courtesy: C FourYou

୩୬ ବର୍ଷୀୟା ଗାୟିକା ତଥା ଗୀତିକାର ମୋନ୍‌ ରେଡ୍‌ କାର୍ପେଟ ଉପରେ ଆଓ୍ଵାର୍ଡ ଶୋ’ରେ ଆସିବା ବେଳେ ପୋଲିସର କ୍ରୁରତା ବିରୋଧରେ ନିରବ ପ୍ରତିବାଦ କରିଥିଲେ। ରେଡ୍‌ କାର୍ପେଟରେ ଚାଲି ଚାଲି କିଛି ବାଟ ଆସିବା ପରେ ସେ ହଠାତ୍‌ ପିନ୍ଧିଥିବା ଜ୍ୟାକେଟ୍‌ ଖୋଲି ସ୍ତନ ଉପରେ ଲେଖିଥିବା ମେସେଜ୍‌ ଦେଖାଇଥିଲେ। ସେ ଦେହରେ ଚିଲ୍ଲୀ ପୋଲିସ ଦେଶରେ ରେପ୍‌, ପ୍ରତାଡ଼ିତ କରିବା ସହ ଲୋକଙ୍କୁ ମାରୁଥିବା ଲେଖିଥିଲେ।

ଗ୍ରାମୀ ଆଓ୍ଵାର୍ଡ ଶୋ’ରେ ମୋନ୍‌ଙ୍କୁ ବେଷ୍ଟ ଅଲଟରନେଟିଭ୍‌ ଆଲବମ୍‌ ଆଓ୍ଵାର୍ଡରେ ସମ୍ବର୍ଦ୍ଧିତ କରାଯାଇଛି। ଆଓ୍ଵାର୍ଡ ଗ୍ରହଣ କରିବାକୁ ଆସିବା ବେଳେ ସେ ଉଲଗ୍ନ ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

ସୂଚନାଯୋଗ୍ୟ ଯେ, ଚିଲ୍ଲୀରେ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ଲୋକଙ୍କ ଆନ୍ଦୋଳନ ଜାରି ରହିଛି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଜଣଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ ସୁରକ୍ଷାକର୍ମୀଙ୍କ ହାତରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୁରକ୍ଷାବଳ ବିରୋଧରେ ମହିଳାଙ୍କୁ ଦୁଷ୍କର୍ମ, ଅତ୍ୟାଚାର ଓ ହିଂସା କରିବା ଆଦି ଗମ୍ଭୀର ଅଭିଯୋଗ କରାଯାଇଛି। ପୋଲିସ ଦ୍ୱାରା ବ୍ୟବହାର କରାଯାଇଥିବା ପେଲେଟ୍‌ ଗନ୍‌ ଯୋଗୁ ଶତାଧିକ ଲୋକ ନିଜ ଆଖି ହରାଇଛନ୍ତି। ଏଥିସହ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.