Below header

ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର ଫୋନ୍‌

ଫ୍ଲିପକାର୍ଟରେ ମୋବାଇଲ୍‌ ବୋନଂଜା (Mobile Bonanza) ସେଲର ଆଜି ହେଉଛି ଶେଷ ଦିନ। ପାଞ୍ଚ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସେଲରେ ଯଦି ଆପଣ କିଣାକିଣି ନ କରିଛନ୍ତି ତେବେ ଏବେ ବି ସୁଯୋଗ ଅଛି, ତେବେ ଡେରି ନ କରି ଆଜି ଶେଷ ଦିନରେ କିଣନ୍ତୁ ନିଜ ପ୍ରିୟ ସ୍ମାର୍ଟଫୋନ। କାରଣ ଏହି ସେଲରେ ରିୟଲମି(realme), ରେଡମି(redmi), ମୋଟରୋଲା(motorola),ସାମସଙ୍ଗ (samsung) ଏବଂ ଅନର (honor) ଭଳି ସ୍ମାର୍ଟଫୋନରେ ଦମଦାର ଅଫର ରହିଛି। ଏଇଠାରୁ ଆପଣ ଶସ୍ତା ଦାମରେ ନିଜ ପସନ୍ଦର ଫୋନ କିଣିପାରିବେ। ରିୟଲମି ଯଦି ଆପଣଙ୍କୁ ପସନ୍ଦ? ତେବେ ରିୟଲମି ତାର ନୂଆ ଫୋନ Realme 5କୁ ମଧ୍ୟ ବହୁତ ଶସ୍ତାରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଅଫରର ପୂରା ଡିଟେଲସ୍‌।

କମ୍ପାନୀର କ୍ୱାଡ କ୍ୟାମେରା ଅର୍ଥାତ ଚାରି କ୍ୟାମେରା ବିଶିଷ୍ଟ ଫୋନ Realme 5କୁ ଏହି ସେଲରେ ବହୁତ ଶସ୍ତା ଦାମରେ କିଣିପାରିବେ। ଫ୍ଲିପକାର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ରିୟଲମିର ଏହି ଫୋନକୁ ୧୦,୯୯୯ ଟଙ୍କାରେ କିଣିବା ବଦଳରେ ୮,୯୯୯ ଟଙ୍କାରେ କିଣି ଘରକୁ ଆଣିପାରିବେ।

phone1ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫୋନରେ ଏକସଚେଞ୍ଜ ଅଫରର ମଧ୍ୟ ସୁବିଧା ରହିଛି, ଯାହାଦ୍ୱାରା Realme 5 ଫୋନକୁ ୮,୯୦୦ ଟଙ୍କା ଡିସକାଉଣ୍ଟରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି Realme 5 ଫୋନରେ କଣ ରହିଛି ଖାସିୟତ।

ଏଥିରେ ୬.୫ ଇଞ୍ଚର ଏଚଡି+  (720×1600 पिक्सल) ଡିସପ୍ଲେ ଦିଆଯାଇଛି, ଯେଉଁଥିରେ କର୍ଣ୍ଣିଂ ଗରିଲା ଗ୍ଲାସ୍‌ ୩+ର ପ୍ରୋଟେକସନ୍‌ ରହିଛି। ରିୟଲମି ୫ ନୂଆ କ୍ୱାଲକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସରରେ କାମ କରିଥାଏ। ଏହି ଫୋନ ଆଣ୍ଡ୍ରଏଡ୍‌ ୯ ପାଇ ବେସଡ୍‌ କଲର ଉପରେ ଓଏସ୍‌ ୬.୦ରେକାମ କରିଥାଏ।

Realme 5 କ୍ୟାମେରା

smartphobneଏଥିରେ ଚାରିଟି କ୍ୟାମେରା ଦିଆଯାଇଛି। ଫୋନରେ ୧୨ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଏହାଛଡା ଏକ ୮ ମେଗାପିକ୍ସେଲର ଅଲଟ୍ରା ଓ୍ଵାଇଡ୍‌ କ୍ୟାମେରା ମଧ୍ୟ ରହିଛି। କ୍ୱାଡ୍‌ କ୍ୟାମେରା ସେଟଅପରେ ୨ ମେଗାପିକ୍ସେଲର ମ୍ୟାକ୍ରୋ ଲେନ୍ସ ଏବଂ ୨ ମେଗାପିକ୍ସେଲର ପୋଟ୍ରେଟ୍‌ ଲେନ୍ସ ମଧ୍ୟ ରହିଛି। ଏହାର ଫ୍ରଣ୍ଟରେ ୧୩ ମେଗାପିକ୍ସେଲର ପଞ୍ଚ ହୋଲ ସେଲଫି କ୍ୟାମେରା ଦିଆଯାଇଛି ଏବଂ ଫୋନରେ ଫିଙ୍ଗରପ୍ରିଣ୍ଟ ସେନସର ଭଳି ଫିଚର୍ସ ମଧ୍ୟ ମହଜୁଦ୍‌ ରହିଛି। ପାଓ୍ଵାର ପାଇଁ ଫୋନରେ ୫୦୦୦ ମାହା ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.