Below header

ବାଲେଶ୍ବରରେ ୧୫୦ବର୍ଷର ପରମ୍ପରା ପ୍ରସିଦ୍ଧ ବାବା ବୁଢ଼ା କାର୍ତ୍ତିକ ପୂଜା, ଜାଣନ୍ତୁ ଏହାର ମାହାତ୍ମ୍ୟ

ବାଲେଶ୍ବର : ବାଲେଶ୍ବର  ସହରରେ ପାଳିତ ହୋଇଯାଇଛି ବାବା ବୁଢ଼ା କାର୍ତ୍ତିକଙ୍କ ପୂଜା। ସହରର ବାରବାଟିରେ ୧୫୦ ବର୍ଷରୁ ଅଧିକ  ହେବ ବୁଢା କାର୍ତ୍ତିକ ପୂଜା ଅନୁଷ୍ଠିତ କରାଯାଉଛି। ତେବେ ଅନ୍ୟପୂଜା ଅପେକ୍ଷା ବାରବାଟୀରେ ବୁଢ଼ା କାର୍ତ୍ତିକଙ୍କ ପୂଜା ବେଶ ନିଆରା। ଏଠାରେ ମାନସିକଧାରୀ ମହିଳାମାନେ ପ୍ରଭୁଙ୍କ ନିକଟରେ କଦଳୀ ଭୋଗ ସହ କଣ୍ଢେଈ ପୂଜା କରିଥାନ୍ତି । ବିଶ୍ବାସ ରହିଛି ସନ୍ତାନ ଆଶା କରିଥିବା ଶ୍ରଦ୍ଧାଳୁ ବୁଢ଼ା କାର୍ତ୍ତିକଙ୍କ ନିକଟରେ ପୂଜାକଲେ ସନ୍ତାନ ପ୍ରାପ୍ତି ହୋଇଥାଏ ।

ବୁଢ଼ା କାର୍ତ୍ତିକଙ୍କୁ ପୂଜା କଲେ ନିଃସନ୍ତାନ ସନ୍ତାନ ପାଇଥାଏ । ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରିବା ସହ ସମସ୍ତ ବାଧାବିଘ୍ନ ଦୁର ହୋଇଥାଏ । ଏ ବିଶ୍ବାସ ନେଇ ବେଶ ରିତିନିତୀରେ ବାଲେଶ୍ବର ସହରର ବାରବାଟି ପୂଜା ମଣ୍ଡପରେ 1837 ମସିହାରୁ ପୂଜା ହୋଇଆସୁଛନ୍ତି ବାବା ବୁଢ଼ା କାର୍ତ୍ତିକ।ତେବେ ପୂଜାର ମାହାତ୍ମ୍ୟ ଓ  ବିଶେଷତ୍ବ ସମ୍ପୂର୍ଣ ଭାବେ ନିଆରା । ପ୍ରଭୁ ବୁଢା କାର୍ତ୍ତିକ ପୁଜାରେ ଯିଏ ମାନସିକଧାରି ମହିଳା ନିଷ୍ଠାର ସହକାରେ ପୂଜା କରିଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ଶ୍ରଦ୍ଧାଳୁମାନେ ବାବାଙ୍କୁ ବେଶ ଶ୍ରଦ୍ଧାର ସହିତ ପୂଜା କରିଥାନ୍ତି ଓ ଭୋଗ ଡାଲା ଲଗାଇ ଉପବାସ କରିଥାନ୍ତି ।

pujaସଂକ୍ରାନ୍ତି ଦିନ  ବିଳମ୍ବିତ ରାତିରେ ବୁଢ଼ା  କାର୍ତ୍ତିକେଶ୍ବରଙ୍କ ଏହି ପୂଜା କରାଯାଇଥାଏ । ତେବେ ବାବାଙ୍କ ପାଖରେ ଭୋଗ ଡାଲା ଲୋକ ଲଗାଇ ପୂଜା କରିଥିବାବେଳେ ଏହି ଡାଲାରେ ବିଭିନ୍ନ ପ୍ରକାର ଫଳ, ମିଷ୍ଟାନ୍ନ  ସହିତ  ବାବାଙ୍କୁ ଖୁସି ସ୍ୱରୂପ କଣ୍ଢେଇ କୁ  ଉପହାର ସ୍ବରୂପ  ଦିଆଯାଇଥାଏ । ବିଶ୍ବାଶ ରହିଛି କାର୍ତ୍ତିକେଶ୍ବର ଚିର କୁମାର ଓ ଶିଶୁ ମାନଙ୍କୁ ଭଲ ପାଉଥିବାରୁ ତାଙ୍କ ପୂଜାରେ କଣ୍ଢେଈ ଦିଆଯାଏ  ।

kartikaଅନ୍ୟପଟେ ପ୍ରଭୁ ବୁଢ଼ା କାର୍ତ୍ତିକଙ୍କ ଏଭଳି ମାହାତ୍ମ୍ୟ ପାଇଁ ବାବାଙ୍କୁ ଶହ ଶହ ବର୍ଷ ଧରି ମଣ୍ଡପରେ ପୂଜା କରାଯାଉଛି। ଯେଉଁଠି ବାଲେଶ୍ୱର ସହର ସମେତ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଚାରି ପ୍ରହର ଯାଏ ପୂଜା ପରେ ବିସର୍ଜନ କରାଯାଏ ପ୍ରଭୁଙ୍କୁ । ଚଳିତ ବର୍ଷ ବାରବାଟି ର ବୁଢ଼ା କାର୍ତ୍ତିକ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ବ୍ୟବସ୍ଥା ସହ 12 ଫୁଟରୁ ଉର୍ଦ୍ଧ୍ବ ଏକ ମୂର୍ତ୍ତି କୁ ସ୍ଥାପନ କରାଯାଇଥିବା ସହ ବେଶ୍ ଆଡମ୍ବରରେ ପୂଜା କରାଯାଇଥିଲା। ବାବାଙ୍କ ଏହି ଅପାର ମହିମା ପାଇଁ ଦୂରଦୁରାନ୍ତରରୁ ଏଠାକୁ  ଭକ୍ତଙ୍କୁ ଟାଣି ଆଣିବା ସହ ଏଠାରେ ଏକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.