Below header

ବାଂଲାଦେଶ ଟ୍ରେନ୍ ଟ୍ରାଜେଡି : ମୃତ୍ୟୁ ସଂଖ୍ୟା ୨୦ ପାର୍ ! ୩ ନିଲମ୍ବିତ

ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ମାଲବାହୀ ଟ୍ରେନର ଲୋକୋମାଷ୍ଟର, ଆସିଷ୍ଟାଣ୍ଟ ଲୋକୋମାଷ୍ଟର ଓ ଗାର୍ଡକୁ ନିଲମ୍ବିତ କରିଦିଆଯାଇଛି । ଏହା ସହିତ ଘଟଣାର ସବିଶେଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ପୁଣି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ। ଗତକାଲି ସୋମବାର ବାଂଲାଦେଶରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। । ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରଥମେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ଏବେ ଏହି ସଂଖ୍ୟା ୨୦ ପହଁଚିଲାଣି ।

ବାଂଲାଦେଶ କିଶୋର ଗଞ୍ଜରେ ଏକ ଯାତ୍ରୀବାହୀ ଟ୍ରାନ୍ ଧକ୍କା ହେବା ଫଳରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ରାଜଧାନୀ ଢାକା ଠାରୁ ୮୦ କିଲୋମିଟର ଦୂରରେ ଥିବା ଭୈରବରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ଢାକା ଅଭିମୁଖେ ଗୋଦୁଲି ଏକ୍ସପ୍ରେସ ଚାଟୋଗ୍ରାମ୍ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଦେଶର ଅନ୍ୟାନ୍ୟ ସ୍ଥାନକୁ ଟ୍ରେନ୍ ସେବା ସ୍ଥଗିତ ରହିଥିଲା। ଭୈରବରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସେମାନେ ୨୦ ଟି ମୃତଦେହ ଉଦ୍ଧାର କରିସାରିଥିବା ସହିତ, ଅନେକ ଆହତ ହୋଇଛନ୍ତି।

ଆହୁରୀ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ବି ସୂଚନା ମିଳିଛି। ସେମାନେ କହିଛନ୍ତି ଯେ ମୃତଦେହକୁ ଭାଙ୍ଗି ପଡ଼ିଥିବା କୋଚ ତଳେ ଚାପି ହୋଇ ରହିଥିବାର ଦେଖିଛନ୍ତି ଯାହାକୁ ଉଦ୍ଧାର କରଯାଇନାହିଁ। ଅନେକ ଆହତ କ୍ଷତିଗ୍ରସ୍ତ କୋଚ୍ ତଳେ ପଡ଼ିଥିବାର ରିପୋର୍ଟରେ ଦର୍ଶାଯାଇଛି।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି। ଆହତଙ୍କ ସଂଖ୍ୟା ବି ବଢିପାରେ ବୋଲି ଭୈରବର ଫାୟାର ଷ୍ଟେସନ ଅଧିକାରୀ ମୋଶରଫ ହୋସେନ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଉଦ୍ଧାରକାରୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏପଟେ ଏହି ଦୁର୍ଘଟଣା ପରେ ମାଲବାହୀ ଟ୍ରେନର ଲୋକୋମାଷ୍ଟର, ଆସିଷ୍ଟାଣ୍ଟ ଲୋକୋମାଷ୍ଟର ଓ ଗାର୍ଡକୁ ନିଲମ୍ବିତ କରିଦିଆଯାଇଛି । ଏହା ସହିତ ଘଟଣାର ସବିଶେଷ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାଥମିକ ତଦନ୍ତ ଅନୁସାରେ ଏହି ତିନି ଜଣଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.