Below header

ଏକାଥରେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କଲା କମ୍ପାନୀ , ZOOM call ରେ କହିଲେ କାରଣ

କୋଭିଡ -୧୯ ମହାମାରୀରେ ବହୁ ସଂଖ୍ୟାରେ ଲୋକ ଚାକିରି ହରାଇଥିଲେ। ଅବଶ୍ୟ, ଗତ କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଚାକିରି କରୁଥିବା ଲୋକଙ୍କ ସ୍ଥିତି ସୁଧୁରିବାରେ ଲାଗିଛି। କିନ୍ତୁ ଏହାରି ଭିତରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଏକ କମ୍ପାନୀ ତାର ୯୦୦ କର୍ମଚାରୀଙ୍କୁ ଛଟେଇ ପାଇଁ ବାଟ ଦେଖାଇଛି। ଏମିତି ଏକ ଅଜବ ଘଟଣା ଆମେରିକାର ନ୍ୟୁୟର୍କ ସହରରେ ଘଟିଛି । ଆମେରିକାର ଏକ ବଡ଼ କମ୍ପାନୀ ଏକାଥରକେ ୯୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ଯାହାରା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।

ଖବର ଅନୁସାରେ ବେଟର ଡଟ୍ କମ୍ ର ସିଇଓ ବିଶାଲ ଗର୍ଗ ଜୁମ୍ କଲ୍ ରେ ତାଙ୍କ ୯୦୦ କର୍ମଚାରୀଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ସିଇଓ ବିଶାଲ ଗର୍ଗ କମ୍ପାନୀ ଏହା କରିବା ପଛରେ କିଛି କାରଣ ମଧ୍ୟ କହିଛନ୍ତି । ସିଇଓଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଅଧିକ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କୌଣସି କମ୍ପାନୀର କର୍ମଚାରୀମାନଙ୍କ ପ୍ରତି ଏପରି ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିଦେଇଛି ।

କମ୍ପାନୀର ସିଇଓ ବିଶାଲ ଗର୍ଗ ଜୁମ୍‌ କଲରେ କର୍ମଚାରୀଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ । ଏତେ ବଡ଼ ଝଟକା ଦେବେ​ ବୋଲି କେହି ଭାବିନଥିଲେ। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୯୦୦ କର୍ମଚାରୀଙ୍କ ଛଟେଇ ନେଇ ଖବର ପ୍ରସାରିତ ହୋଇଯିବା ପରେ ଅନ୍ୟ କମ୍ପାନୀ କର୍ମଚାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଜୁମ୍‌ କଲ୍‌ରେ ଗର୍ଗ କହିଥିଲେ, ଯେଉଁମାନେ କଲ୍‌ରେ ଯୋଡ଼ି ହୋଇଛନ୍ତି, ସେମାନଙ୍କ ଦୁଃର୍ଭାଗ୍ୟ ଯେ ସେମାନଙ୍କୁ ଏକା ସାଙ୍ଗେ ଚାକିରିରୁ ବିଦା କରାଯାଉଛି। ବହିଷ୍କୃତ ହୋଇଥିବା ଲୋକଙ୍କ ମଧ୍ୟରେ କମ୍ପାନୀର ସମ୍ପୂର୍ଣ୍ଣ diversity, equity ଓ inclusion teamର ସଦସ୍ୟ ଥିଲେ।

ବିଶାଲ କହିଛନ୍ତି, “ମୋ କ୍ୟାରିୟରରେ ଏହା ଦ୍ୱିତୀୟ ଥର ମୁଁ ଏହା କରୁଛି ଏବଂ ମୁଁ ଏହା କରିବାକୁ ଚାହେଁ ନାହିଁ। ଶେଷ ଥର ମୁଁ ଏହା କରିଥିଲି କିନ୍ତୁ ମୁ ବହୁତ ଦୁଃଖିତ ଥିଲି । ଏଥର ମୁଁ ଅଧିକ ଷ୍ଟ୍ରଙ୍ଗ ହେବାକୁ ଆଶା କରୁଛି।” ବଜାର, ଦକ୍ଷତା, ପ୍ରଦର୍ଶନ ଏବଂ ଉତ୍ପାଦକତା ପାଇଁ ଆମେ ବିଭିନ୍ନ କାରଣରୁ କମ୍ପାନୀର ପ୍ରାୟ ୧୫% କର୍ମଚାରୀଙ୍କୁ ଛଟେଇ କରୁଛୁ ବୋଲି ସେ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂଖ୍ୟାକୁ ସଂଶୋଧନ କରି ପ୍ରାୟ ୯ ପ୍ରିତିଶତକ ବୋଲି Better.com ସିଇଓ ବିଶାଲ କହିଛନ୍ତି।

ତେବେ ଅନଲାଇନ୍‌ରେ ଘର ଋଣ ଯୋଗାଇ ଦେଉଥିବା ଏହି ବେଟର ଡଟ୍‌ କମ୍‌ କର୍ମଚାରୀମାନଙ୍କୁ ବର୍ଷ ଶେଷରେ ବଡ଼ ଝଟ୍‌କା ଦେଇଛି। ଆମେରିକାରେ ଏହି ସମୟରେ କର୍ମଚାରୀମାନେ ଛୁଟି କାଟିବାକୁ ଯୋଜନା କରିଥାନ୍ତି। ଛଟେଇ ହୋଇଥିବା କର୍ମଚାରୀମାନେ ମଧ୍ୟ ସମାନ ପ୍ଲାନ୍‌ କରିଥିଲେ । କିନ୍ତୁ ହଠାତ ସବୁ କିଛି ବଦଳାଇ ଦେଲା ଜୁମ୍‌ କଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.