SBIର ନୂଆ ନିୟମରେ ଏଟିଏମ୍ ରୁ ଟଙ୍କା ଉଠାଇବା ଏବେ ଖୁବ ସହଜ, ଜାଣନ୍ତୁ ଷ୍ଟେପ
ଗ୍ରାହକଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏହି ବ୍ୟାଙ୍କ ନିଜ ଗ୍ରାହକଙ୍କ ସୁବିଧା ପାଇଁ ବହୁ ଦୂରଦୂରାନ୍ତରେ ଏଟିଏମ ବ୍ୟବସ୍ଥା ଆରମ୍ଭ କରିଛି। କିନ୍ତୁ ଏବେ କିଛି ସ୍ଥାନରେ ଏହି ଏଟିଏମ୍ ରୁ ଟଙ୍କା ବାହାର କରିବା ସମୟରେ ଗ୍ରାହକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି।
ଏହାକୁ ଧ୍ୟାନରେ ରଖି SBI ପକ୍ଷରୁ ନିଆଯାଇଛି ଏକ ନୂଆ ନିଷ୍ପତ୍ତି । ନିକଟ ଅତୀତରେ SBI ଏହି ଅସୁବିଧା ପାଇଁ ଏକ ଟ୍ଵିଟ ଜାରି କରିଛି। ଯଦି କୌଣସି ଗ୍ରାହକ ଏଟିଏମ୍ ରୁ ଟଙ୍କା ଉଠାଇବା ସମୟରେ ତାଙ୍କ ପାଖକୁ କୌଣସି OTP ଯାଉନାହିଁ ଏବଂ ଏଥିପାଇଁ Error ଦେଖାଉଛି, ତେବେ ତୁରନ୍ତ ସୂଚନା ଦେବା ଆବଶ୍ୟକ। ଏହାସହ ଯଦି ସେ ଏଟିଏମ୍ ରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କ ରେଜିଷ୍ଟର୍ଡ ଆକାଉଣ୍ଟ ନମ୍ବର ସହ ଲିଙ୍କ ଥିବା ମୋବାଇଲ ନମ୍ବରରେ ଓଟିପି ଦେବାକୁ ପଡ଼ିବ।
Our OTP based cash withdrawal system for transactions at SBI ATMs is vaccination against fraudsters. Protecting you from frauds will always be our topmost priority.#SBI #StateBankOfIndia #ATM #OTP #SafeWithSBI #TransactSafely #SBIATM #Withdrawal pic.twitter.com/9EnJH883bx
— State Bank of India (@TheOfficialSBI) November 21, 2021
ସବୁଠୁ ଜରୁରୀ କଥା ହେଉଛି ନୂଆ ନିୟମ ଅନୁଯାୟୀ, ଗ୍ରାହକମାନେ ଏଥିନିମନ୍ତେ ଯଦି କିଛି ବି ସମସ୍ୟାର ସାମ୍ନା କରନ୍ତି ତୁରନ୍ତ ବ୍ୟାଙ୍କକୁ ସୂଚନା ଦେବା ଆବଶ୍ୟକ। ତେବେ ଏହି ନୂଆ ନିୟମ କେବଳ ସେମାନଙ୍କ ପାଇଁ ଯେଉଁମାନେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଆକାଉଣ୍ଟରୁ ଉଠାଇବେ। ୧୦ ହଜାରରୁ କମ ଟଙ୍କା ଉଠାଉଥିବା ଗ୍ରାହକଙ୍କ ପାଇଁ ଓଟିପି ବ୍ୟବସ୍ଥା ନାହିଁ। ତେବେ ନୂଆ ନିୟମ ଅନୁଯାୟୀ ଏହି ଷ୍ଟେପକୁ ଫଲୋ କରନ୍ତୁ।
– ପ୍ରଥମେ ଏଟିଏମ କାର୍ଡକୁ ମେସିନରେ ଇନସର୍ଟ କରନ୍ତୁ।
– ପରେ ନିଜ କ୍ୟାସ୍ ଆମାଉଣ୍ଟକୁ ଏଣ୍ଟର କରନ୍ତୁ।
– ୧୦ହଜାରରୁ ଅଧିକ ଟଙ୍କା ଏଣ୍ଟର କଲେ SBI ତରଫରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ନମ୍ବର ଯିବ।
– ଓଟିପି ନମ୍ବର ଦେବା ପରେ ଏଟିଏମରୁ ଆପଣ ନିଜର ସିଙ୍ଗିଲ କ୍ୟାସ ଆମାଉଣ୍ଟ ଉଠାଇପାରିବେ। ଯଦି ପୁଣି ଥରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ପଡେ ତେବେ ପୁନର୍ବାର ନୂଆ ଓଟିପି ନମ୍ବର ଏଣ୍ଟର କରିବାକୁ ପଡ଼ିବ।
୨୦୨୦ ମସିହାରେ ଏହି ଓଟିପି ବ୍ୟବସ୍ଥା ବାହାରକରାଯାଇଥିଲା। ଯାହାକି ଅନଅଥରାଇଜଡ ଟ୍ରାଞ୍ଜେକସନ ସମସ୍ୟାକୁ ରୋକିବା ଥିଲା ଏହାର ପ୍ରଥମ ଲକ୍ଷ୍ୟ। ଫ୍ରଡ ସମସ୍ୟାକୁ ଦୂର କରିବା ପାଇଁ ଏହି ପ୍ଲାନ ବାହାର କରାଯାଇଥିଲା। ଏବେ ନିର୍ଦ୍ଦିଷ୍ଟ ଆମାଉଣ୍ଟକୁ ନେଇ ଓଟିପି ବ୍ୟବସ୍ଥା ଲାଗୁ ହୋଇଛି। ଏହି ଓଟିପି କେବଳ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ହିଁ ଯିବ ।